Odisha Link
Bridging the Missing Links in Odisha

ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମହୁମାଛି ଆକ୍ରମଣ

ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି ଜଣେ ଶିକ୍ଷକ ଓ ଜଣେ ପରୀକ୍ଷାର୍ଥୀ।

ଓଏଲ୍‌ ବ୍ୟୁରୋ : ଆଜି ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନ। ଏକ ପରୀକ୍ଷା କେନ୍ଦ୍ରରେ ମାଟ୍ରିକ ପରୀକ୍ଷାର୍ଥୀ ଆଜି ମହୁମାଛି ଆକ୍ରମଣର ଶିକାର ହୋଇଥିବା ଜଣା ପଡିଛି। ତେବେ କେନ୍ଦୁଝର ଜିଲ୍ଲା ତେଲକୋଇ ହରିଚନ୍ଦନପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ମହୁମାଛି ଆତଙ୍କ ହୋଇଥିବା ଜଣା ପଡିଛି। ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି ଜଣେ ଶିକ୍ଷକ ଓ ଜଣେ ପରୀକ୍ଷାର୍ଥୀ।

ପରୀକ୍ଷା ପୂର୍ବରୁ ଏମାନେ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି। ବହୁ କଷ୍ଟରେ ଛାତ୍ର ଜଣକ ପରୀକ୍ଷା ଦେଉଛନ୍ତି। ମହୁମାଛି ଆକ୍ରମଣରୁ ନିଜକୁ ବଞ୍ଚାଇବା ପାଇଁ ଦୌଡିବା ସମୟରେ ଶିକ୍ଷକ କିଶୋର ଚନ୍ଦ୍ର ମହାନ୍ତି ପଡିଯାଇ ଆହତ ହୋଇ ଚିକିତ୍ସିତ ହୋଇଛନ୍ତି। ସେହିପରି ପରୀକ୍ଷାର୍ଥୀ ବିଶ୍ୱନାଥ ଜୁଆଙ୍ଗ ଗୁରୁତର ହୋଇଥିବାରୁ ଇଞ୍ଜେକସନ ନେବା ବହୁକଷ୍ଟରେ ପରୀକ୍ଷା ଦେଉଥିବା ଜଣା ପଡିଛି।

Leave A Reply

Your email address will not be published.