Odisha Link
Bridging the Missing Links in Odisha

ମୋବାଇଲ ନିଶା କଲା ପାଗଳ, ସ୍ୱାମୀକୁ ପନିକିରେ ହାଣିଲା ସ୍ତ୍ରୀ

କେଷେରକେଲା ଗାଁର ଗଣେଶ୍ୱର ସୁନା ଛତିଶଗଡ଼ ବିଳାସପୁରର ଈଶ୍ୱରୀ କୁମାରୀଙ୍କ ମଧ୍ୟରେ କଳହ ହୋଇଥିଲା।

ଓଏଲ୍‌ ବ୍ୟୁରୋ: ସାତ ଜନ୍ମର ସାଥୀ ହେବା ପାଇଁ ଅଗ୍ନିକୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ହେଲେ ସାମାନ୍ୟ ମୋବାଇଲ ପାଇଁ ବିବାହ ବନ୍ଧନରେ ଦେଖିବାକୁ ମିଳିଲା ଫାଟ। ଏପରିକି ସ୍ବାୀମୀଙ୍କୁ ପନିକିରେ ହାଣି ଲହୁଲୁହାଣ କଲେ ସ୍ତ୍ରୀ। ଏମିତି ଏକ ଖବର ଆସିଛି ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ କେସେରକେଲା ଗାଁରୁ। ମୋବାଇଲ୍‌ ପାଇଁ ସ୍ବାମୀକୁ ହାଣିଦେଲା ସ୍ତ୍ରୀ। ମୋବାଇଲ ନିଶା ଏମିତି ଘାରିଲା ଯେ ସ୍ୱାମୀକୁ ହାଣିବା ପାଇଁ ପଛେଇଲେଣି ସ୍ତ୍ରୀ। ମୋବାଇଲ ପାଇଁ କଳହ ହେବାରୁ ସ୍ତ୍ରୀ ହାଣିଦେବା ପରେ ଆହତ ସ୍ୱାମୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଅଭିଯୁକ୍ତ ମହିଳା ଜଣଙ୍କ ଫେରାର ହୋଇଯାଇଛନ୍ତି।

ଖବର ଅନୁସାରେ, ଗତ ଶନିବାର କେଷେରକେଲା ଗାଁର ଗଣେଶ୍ୱର ସୁନା ଛତିଶଗଡ଼ ବିଳାସପୁରର ଈଶ୍ୱରୀ କୁମାରୀଙ୍କ ମଧ୍ୟରେ କଳହ ହୋଇଥିଲା। ଛଅ ବର୍ଷ ତଳେ ଏହି ଦମ୍ପତି ବିବାହ କରିଥିଲେ। ଈଶ୍ୱରୀ ସ୍ୱାମୀ ଗଣେଶ୍ୱରଙ୍କୁ ମୋବାଇଲ ଦେଖିବାକୁ ମାଗିଥିଲେ। କିନ୍ତୁ ଡାଟା ଶେଷ ହୋଇଯିବ କହି ସ୍ତ୍ରୀକୁ ମୋବାଇଲ ଦେଇ ନଥିଲେ ସ୍ୱାମୀ ଗଣେଶ୍ୱର। ସ୍ୱାମୀ ମୋବାଇଲ ନଦେବାରୁ ଈଶ୍ୱରୀ ରାଗିଯାଇ ଗତକାଲି ବିଳମ୍ବିତ ରାତିରେ ଗଣେଶ୍ୱର ଶୋଇଥିବା ବେଳେ ପନିକିରେ ହାଣି ଦେଇଥିଲେ। ଈଶ୍ୱରୀଙ୍କ ପନିକି ଚୋଟରେ ଗଣେଶ୍ୱରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ସ୍ଥାନୀୟ ଲୋକେ ଗଣେଶ୍ୱରକୁ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତି କରିଥିଲେ।

Leave A Reply

Your email address will not be published.