Odisha Link
Bridging the Missing Links in Odisha

ଭୋପାଳ ଗ୍ୟାସ ଦୁର୍ଘଟଣା ମାମଲା: ପ୍ରଭାବିତଙ୍କୁ ମିଳିବନି ଅତିରିକ୍ତ ସହାୟତା

ବିଷାକ୍ତ ଗ୍ୟାସ ଯୋଗୁଁ ପାଖାପାଖି ୧୬ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ବିକଳାଙ୍ଗ ହୋଇଯାଇଥିଲେ।

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ଭୋପାଳ ଗ୍ୟାସ୍‌ ଟ୍ରାଜେଡି ଘଟଣାରେ ଆଜି ସୁପ୍ରିମକୋର୍ଟ ପକ୍ଷରୁ ଶୁଣାଣି ଥିଲା। ତେବେ ଏହି ଶୁଣାଣିରେ ସୁପ୍ରିମକୋର୍ଟଙ୍କ ରାୟ ଦୁର୍ଘଟଣାର ପୀଡିତଙ୍କୁ ବଡ ଝଟକା ଦେଇଥିବା କୁହାଯାଉଛି। ଘଟଣାରେ ସମ୍ପୃକ୍ତ ପ୍ରଭାବିତଙ୍କୁ ଅଧିକ କ୍ଷତିପୂରଣ ମିଳିବନି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟରେ ୫ଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହା ଉପରେ ବିଚାର କରି ଏହି ନିଷ୍ପତ୍ତି ଶୁଣାଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଦାଏର ହୋଇଥିବା କ୍ୟୁରେଟିଭ୍ ଆବେଦନ ଉପରେ ଶୁଣାଣି କରି ପିଟିସନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ।

ଖବର ଅନୁସାରେ, ୧୯୮୪ ଡିସେମ୍ବର ୪ ତାରିଖ ରାତିରେ ଭୋପାଳ ସ୍ଥିତ କାର୍ବାଇଡ୍ କମ୍ପାନୀରୁ ବିଷାକ୍ତ ମିଥାଇଲ ଆଇସୋସାଇନେଟ୍ ଗ୍ୟାସ୍ ଲିକ୍ ହୋଇ ଚାରିଆଡକୁ ବ୍ୟାପିଥିଲା। ବିଷାକ୍ତ ଗ୍ୟାସ ଯୋଗୁଁ ପାଖାପାଖି ୧୬ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ବିକଳାଙ୍ଗ ହୋଇଯାଇଥିଲେ। ହଜାର ହଜାର ଲୋକେ ଆଖି, ଶ୍ୱାସ, ଏବଂ ଅନ୍ୟ ସମସ୍ୟାର ଶିକାର ହୋଇଥିଲେ। ତେବେ ଏହି ଘଟଣାକୁ ନେଇ କେନ୍ଦ୍ର ପକ୍ଷରୁ ପ୍ରଭାବିତଙ୍କୁ ଅଧିକ ୭,୮୪୪ କୋଟି ଦେବାକୁ କ୍ୟୁରେଟିଭ୍ ଆବେଦନ କରାଯାଇଥିଲା ଯାହାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି।

Leave A Reply

Your email address will not be published.