Odisha Link
Bridging the Missing Links in Odisha

ଡ୍ରମ ଭିତରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ

ପ୍ଲାଷ୍ଟିକ ଡ୍ରମ ଭିତରୁ ମିଳିଥିବା ମହିଳାଙ୍କ ବୟସ ପାଖାପାଖି ୩୨ରୁ ୩୫ ମଧ୍ୟରେ ଅନୁମାନ କରାଯାଉଛି।

ଓଏଲ୍‌ ବ୍ୟୁରୋ: ରେଲୱେ ଷ୍ଟେସନ ନିକଟରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଷ୍ଟେସନରେ ଥୁଆ ହୋଇଥିବା ଏକ ଡ୍ରମରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏଭଳି ଘଟଣା ଘଟିଛି ବେଙ୍ଗାଲୁରୁର ଏସ୍ ଏମ୍ ବିଶ୍ୱେଶରାୟ ଟର୍ମିନାଲରେ। ଏସ୍ ଏମ୍ ବିଶ୍ୱେଶରାୟ ଟର୍ମିନାଲର ମୁଖ୍ୟ ଫାଟକ ନିକଟରେ ଥିବା ଏକ ପ୍ଲାଷ୍ଟିକ ଡ୍ରମ ଭିତରୁ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ପ୍ଲାଷ୍ଟିକ ଡ୍ରମ ଭିତରୁ ମିଳିଥିବା ମହିଳାଙ୍କ ବୟସ ପାଖାପାଖି ୩୨ରୁ ୩୫ ମଧ୍ୟରେ ଅନୁମାନ କରାଯାଉଛି।

ମହିଳାଙ୍କୁ କେହି ହତ୍ୟା କରି ଏଠାରେ ରଖିଥିବା ସନ୍ଦେହ କରାଯାଉଥିବାବେଳେ ତାଙ୍କ ପରିଚୟ ମିଳିପାରି ନାହିଁ। ଏହି ଘଟଣାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା କର୍ଣ୍ଣାଟକ ପୁଲିସ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ସୋମବାର ରାତିରେ ଅପରାଧୀ ଅଟୋ ରିକ୍ସାରେ ମୃତଦେହକୁ ଡ୍ରମ ଭିତରେ ପୂରାଇ ଆଣିଥିଲେ। ମୃତ ଶରୀରକୁ ଡ୍ରମ ଭିତରେ ରଖି ରେଲୱେ ଷ୍ଟେସନରେ ଛାଡି ଫେରାର ହୋଇଯାଇଥିଲେ ଅଭିଯୁକ୍ତ। ତେବେ ପୁଲିସ ସନ୍ଦେହ କରି ଏହି ଘଟଣାର ରୁଜୁ ହୋଇଥିବା ମାମଲା ଅନୁସାରେ ତଦନ୍ତ ଜାରି କରିଛି।

Leave A Reply

Your email address will not be published.