Odisha Link
Bridging the Missing Links in Odisha

ଆସନ୍ତାକାଲି ସ୍ବାଭାବିକ ଭାବେ ଗଡ଼ିବ ଘରୋଇ ବସ୍

ଆଇନଶୃଙ୍ଖଳା ଉପରେ ଦୃଷ୍ଟି ଦେବାକୁ ଡିଜି ପ୍ରତିଶ୍ରୁତି ଦେଇଥିବା ବସ ମାଲିକ ସଙ୍ଘ ସୂଚନା ଦେଇଛି।

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ଡ୍ରାଇଭର ସଙ୍ଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପାଇଁ ଡାକରା ଦିଆଯାଇଛି। ଯାହାକୁ ନେଇ ସମସ୍ତ ଡ୍ରାଇଭର ସଂଘ ଧର୍ମଘଟ କରିବେ ବୋଲି ଜଣା ପଡିଛି। ତେବେ ଏହି ଧର୍ମଘଟ ଡାକରା ପ୍ରସଙ୍ଗକୁ ନେଇ ଘରୋଇ ବସ ମାଲିକ ସଙ୍ଘ ସ୍ପଷ୍ଟ ସୂଚନା ଦେଇଛି।

ଆସନ୍ତାକାଲି ସ୍ବାଭାବିକ ଭାବେ ଚାଲିବ ଘରୋଇ ବସ୍। ଘରୋଇ ବସ୍ ସ୍ବାଭାବିକ ଚାଲିବ ବୋଲି ସ୍ପଷ୍ଟ କରିଛି ମାଲିକ ସଂଘ। ତେବେ ଡ୍ରାଇଭର ସଂଘ ଧର୍ମଘଟକୁ ନେଇ ଅପ୍ରିତିକର ପରିସ୍ଥିତି ଆଶଙ୍କାରେ ଡିଜିଙ୍କୁ ଭେଟିଲା ବସ୍‌ ମାଲିକ ସଂଘ। ଆଇନଶୃଙ୍ଖଳା ଉପରେ ଦୃଷ୍ଟି ଦେବାକୁ ଡିଜି ପ୍ରତିଶ୍ରୁତି ଦେଇଥିବା ବସ ମାଲିକ ସଙ୍ଘ ସୂଚନା ଦେଇଛି। ଆଞ୍ଚଳିକ ସଂଗଠନକୁ ସ୍ଥାନୀୟ ପୁଲିସକୁ ସହାୟତା କରିବା ପାଇଁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.