Odisha Link
Bridging the Missing Links in Odisha

ଦୁର୍ଘଟଣା ପାଇଁ ମାଟ୍ରିକ ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ର

ମାଟ୍ରିକ ପରୀକ୍ଷା ଦେବା ପାଇଁ ରୁଦ୍ର ନିଜ ବାପାଙ୍କ ସହ ଏକ ବାଇକ୍‌ ଯୋଗେ ବି.ଏନ୍ ହାଇସ୍କୁଲସ୍ଥିତ ନିଜ ପରୀକ୍ଷା କେନ୍ଦ୍ରକୁ ଯାଉଥିଲେ।

ଓଏଲ୍‌ ବ୍ୟୁରୋ: ଆଜି ମାଟ୍ରିକ ପରୀକ୍ଷାର ତୃତୀୟ ଦିନ। ଆଜି ତୃତୀୟ ଭାଷା ପରୀକ୍ଷା ଥିବା ବେଳେ ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇଥିଲା। ପରୀକ୍ଷା ଦେବାକୁ ଯାଉଥିବା ଜଣେ ପରୀକ୍ଷାର୍ଥୀଙ୍କ ସହ ଘଟିଛି ଅଘଟଣ। ପରୀକ୍ଷା ଦେବା ପୂର୍ବରୁ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି ଜଣେ ଛାତ୍ର। ଛାତ୍ର ଜଣକ ଦୁର୍ଘଟଣାରେ ଗୁରୁତର ହେବାରୁ ପରୀକ୍ଷା ଦେବାରୁ ବଂଚିତ ହୋଇଛନ୍ତି। ତେବେ ଏହି ଅଭାବନୀୟ ଘଟନ ଘଟିଛି କେନ୍ଦୁଝର ଜିଲ୍ଲା ବି.ଏନ୍ ହାଇସ୍କୁଲ ନିକଟରେ।

ଦୁର୍ଘଟଣାରେ ଗୁରୁତର ହୋଇଥିବା ଛାତ୍ରଜଣକ ହେଲେ ରୁଦ୍ର ନାରାୟଣ ଘଡ଼େଇ। ମାଟ୍ରିକ ପରୀକ୍ଷା ଦେବା ପାଇଁ ରୁଦ୍ର ନିଜ ବାପାଙ୍କ ସହ ଏକ ବାଇକ୍‌ ଯୋଗେ ବି.ଏନ୍ ହାଇସ୍କୁଲସ୍ଥିତ ନିଜ ପରୀକ୍ଷା କେନ୍ଦ୍ରକୁ ଯାଉଥିଲେ। ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍‌ ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲା। ଗାଡ଼ିକୁ ଧକ୍କା ଦେବା ଦ୍ୱାରା ଘଟଣାସ୍ଥଳରେ ରୁଦ୍ର ଓ ତାଙ୍କ ବାପା ବାଇକ୍‌ରୁ ଛିଟିକି ପଡ଼ିଥିଲେ। ତେବେ ରୁଦ୍ରଙ୍କ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା।

Leave A Reply

Your email address will not be published.