ପୁଣିଥରେ ନିଆଳିରେ ଅଜଣା ଜନ୍ତୁ ଆତଙ୍କ
ମେଣ୍ଢା ପାଳନ କରୁଥିବା ୨ ଜଣଙ୍କ ଗୁହାଳରେ ୨ ଦିନରେ ୨୯ ମେଣ୍ଢାକୁ ମାରିଲାଣି ଅଜଣା ଜନ୍ତୁ।

ଓଏଲ୍ ବ୍ୟୁରୋ: କଟକ ଜିଲ୍ଲା ନିଆଳି ଅଞ୍ଚଳରେ ଅଜଣା ଜନ୍ତୁକୁ ନେଇ ଆତଙ୍କିତ ସ୍ଥାନୀୟ ଲୋକେ। ସେଠାରେ ୨୯ଟି ମେଣ୍ଢା ମରିଥିବା ଖବର ସାମ୍ନାକୁ ଆସିଛି। କଣ୍ଟପଡ଼ା ବ୍ଲକ ଗୁଣାଦୋଳ ଠାକୁର ପୋଖରୀସାହିରେ ମେଣ୍ଡା ମରୁଥିବା ଜଣା ପଡିଛି। ମେଣ୍ଢା ପାଳନ କରୁଥିବା ୨ ଜଣଙ୍କ ଗୁହାଳରେ ୨ ଦିନରେ ୨୯ ମେଣ୍ଢାକୁ ମାରିଲାଣି ଅଜଣା ଜନ୍ତୁ।
ପୂର୍ବରୁ ନିଆଳି ଅଂଚଳରେ ଅଜଣା ଜନ୍ତୁଙ୍କ ଆକ୍ରମଣକୁ ନେଇ ଅନେକ ଖବର ସାମ୍ନାକୁ ଆସିଥିଲା। କିଛି ବର୍ଷ ତଳେ ଅଜଣା ଜନ୍ତୁ ଆକ୍ରମଣରେ ନିଆଳିରେ ସହ ସହ ମେଣ୍ଢାଙ୍କ ମୃତ୍ୟୁ ହୋଇଥିଲା। ବର୍ତମାନ ଏହି ମେଣ୍ଢାମାନଙ୍କ ମୃତ୍ୟୁ ପୁଣି ଅଜଣା ଜନ୍ତୁ ଆକ୍ରମଣ କରୁଥିବା ସନ୍ଦେହରେ ନିଆଳିରେ ଆତଙ୍କ ଖେଳି ଯାଇଛି।