ଅର୍ଚ୍ଚନା ନାଗ ମାମଲା: ଜଗବନ୍ଧୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ
ଖଣ୍ଡଗିରି ଥାନାର ଶ୍ରଦ୍ଧାଞ୍ଜଳି ମାମଲାରେ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି।

ଓଏଲ୍ ବ୍ୟୁରୋ : ବହୁଚର୍ଚ୍ଚିତ ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗ ମାମଲାକୁ ନେଇ ହାଇକୋର୍ଟ ଦେଇଥିବା ନିର୍ଦେଶ ସାମ୍ନାକୁ ଆସିଛି। ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଜାମିନ ଦେଇଛନ୍ତି ହାଇକୋର୍ଟ। ଜଗବନ୍ଧୁଙ୍କ ନାଁରେ ୩ଟି ମାମଲା ରହିଛି। ୩ଟି ମାମଲାରୁ ମାତ୍ର ଗୋଟିଏରେ ସର୍ତ୍ତମୂଳକ ଜାମିନ ମିଳିଥିବା ଜଣା ପଡିଛି। ଖଣ୍ଡଗିରି ଥାନାର ଶ୍ରଦ୍ଧାଞ୍ଜଳି ମାମଲାରେ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି।
ଖବର ଅନୁସାରେ, ପୂର୍ବରୁ ଅର୍ଚ୍ଚନା ନାଗଙ୍କ ଜାମିନ ଆବେଦନ ମାମଲାର ଶୁଣାଣି କରି କୋର୍ଟ ତଦନ୍ତର ଅଗ୍ରଗତି ନେଇ ରିପୋର୍ଟ ଦାଖଲ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ନୟାପଲ୍ଲୀ ଥାନାରେ ଅକ୍ଷୟ ପରିଜାଙ୍କ ମାମଲାର ରିପୋର୍ଟ ଦାଖଲ କରିବାକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।
ପୂର୍ବରୁ ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାର ଗତ ମାସ ୯ ତାରିଖରେ ହାଇକୋର୍ଟରେ ଶୁଣାଣି ହୋଇଥିଲା। ମାମଲାର ଶୁଣାଣି ସମୟରେ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇ ସାରିଥିବା ସ୍ପଷ୍ଟ ହୋଇଥିଲା। ଅର୍ଚ୍ଚନା ନାଗ ପୂର୍ବରୁ ତଳ କୋର୍ଟରେ ଜାମିନ ଆବେଦନ। ଏହି ଜାମିନକୁ ଖାରଜ କରିଥିଲା କୋର୍ଟ। ପରେ ସେ ହାଇକୋର୍ଟରେ ଜାମିନ୍ ଆବେଦନ କରିଥିଲେ। ହାଇକୋର୍ଟ ଏହି ମାମଲାର ଶୁଣାଣି କରି କେସ୍ ଡାଏରି ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।