Odisha Link
Bridging the Missing Links in Odisha

ଦ୍ୱିତୀୟ ଦିନରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

ଅତ୍ୟାବଶ୍ୟକ ସେବାକୁ ବାଦ୍‌ ଦେଇ ରାସ୍ତାରେ ବ୍ୟବସାୟିକ ଯାନବାହାନ ଚଳାଚଳକୁ ବିରୋଧ କରାଯାଇଥିବା ଦେଖିବାକୁ ମିଳିଛି।

ଓଏଲ୍‌ ବ୍ୟୁରୋ: ବିଭିନ୍ନ ଦାବି ନେଇ ରାଜ୍ୟ ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡାକରା ଦିଆଯାଇଛି। ସାରା ରାଜ୍ୟରେ ଜୋର୍‌ଦାର୍‌ ପ୍ରତିବାଦ ଦେଖିବାକୁ ମଳିଛି। ଗତକାଲି ଏହି ଆନ୍ଦୋଳନ ପାଇଁ ଯାତାୟତରେ ବାଧାପ୍ରାପ୍ତ ହୋଇଥିବାବେଳେ ଅଧିକାଂଶ ସ୍ଥାନରେ ଚାଳକମାନେ ଶୋଭାଯାତ୍ରା କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅତ୍ୟାବଶ୍ୟକ ସେବାକୁ ବାଦ୍‌ ଦେଇ ରାସ୍ତାରେ ବ୍ୟବସାୟିକ ଯାନବାହାନ ଚଳାଚଳକୁ ବିରୋଧ କରାଯାଇଥିବା ଦେଖିବାକୁ ମିଳିଛି।

ଆନ୍ଦୋଳନ ପାଇଁ ରାଜଧାନୀଠାରୁ ଆରମ୍ଭ କରି ରାଜ୍ୟର ଅନ୍ୟ ସହରାଞ୍ଚଳ ରାଜରାସ୍ତାରେ ଗାଡ଼ିଗୁଡ଼ିକର ଲମ୍ବା ଲାଇନ୍‌ ଦେଖିବାକୁ ମିଳିଥିଲା। ତେବେ କିଛି ଡ୍ରାଇଭର୍‌ ସଂଘ ଏହି ଆନ୍ଦୋଳନକୁ ସମର୍ଥନ କରିନାହାନ୍ତି। ଫଳରେ ରାଜ୍ୟରେ ଗାଡ଼ି ଚଳାଚଳ ଠପ୍ ହୋଇନାହିଁ। ଆଜି ପୁଣିଥରେ ଡ୍ରାଇଭର ସଙ୍ଘ ପକ୍ଷରୁ ଆନ୍ଦୋଳନ କରାଯାଇଛି। ସ୍ମାର୍ଟ ସିଟି ଅନଲାଇନ ଅଟୋ ସଂଘ ପକ୍ଷରୁ ଆନ୍ଦୋଳନ ଆଜି ଭୁବନେଶ୍ୱରରେ ଆରମ୍ଭ ହୋଇଯାଇଛି। ଯେପର୍ଯ୍ୟନ୍ତ ଦାବି ପୂରଣ ନେଇ ସରକାର କୌଣସି ଠୋସ୍‌ ନିଷ୍ପତ୍ତି ନେଇ ନାହାନ୍ତି, ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି।

Leave A Reply

Your email address will not be published.