Odisha Link
Bridging the Missing Links in Odisha

ନ୍ୟୁଜିଲାଣ୍ଡରେ ଭୂକଂପ ଝଟ୍‌କା, ତୀବ୍ରତା ୭.୧ ରେକର୍ଡ

ଭୟଙ୍କର ଭୂମିକଂପରେ କ୍ଷୟକ୍ଷତିର ସୂଚନା ନଥିବାବେଳେ ଭୂମିକଂପକୁ ନେଇ ସତର୍କ ସୂଚନା ଦିଆଯାଇଛି।

ଓଏଲ୍‌ ବ୍ୟୁରୋ: ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ନ୍ୟୁଜିଲାଣ୍ଡ। ନ୍ୟୁଜିଲାଣ୍ଡର ଉତ୍ତରରେ ଥିବା କେର୍ମାଡେକ୍ ଦ୍ୱୀପପୁଞ୍ଜ ନିକଟରେ ୭.୧ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ କେନ୍ଦ୍ରିଭୂତ ହୋଇଛି। ଭୟଙ୍କର ଭୂମିକଂପରେ କ୍ଷୟକ୍ଷତିର ସୂଚନା ନଥିବାବେଳେ ଭୂମିକଂପକୁ ନେଇ ସତର୍କ ସୂଚନା ଦିଆଯାଇଛି।

ସମୁଦ୍ରରେ ବଡ ଧରଣର ଲହରୀ ଉଠୁଥିବାରୁ ଉପକୂଳ ଅଞ୍ଚଳରେ ସୁନାମୀ ଆଲର୍ଟ ଜାରୀ ହୋଇଛି। ଆସନ୍ତା କିଛି ଘଣ୍ଟା ମଧ୍ୟରେ ଭୂମିକମ୍ପ ନିକଟବର୍ତ୍ତୀ କେତେକ ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପତ୍ତନରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ ବୋଲି କେନ୍ଦ୍ରୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କବାଣୀ ଜାରି କରାଯାଇଛି।

Leave A Reply

Your email address will not be published.