Odisha Link
Bridging the Missing Links in Odisha

ପୁରୀରୁ ଉଦ୍ଧାର ହେଲା ଆଉ ଏକ ସନ୍ଦିଗ୍ଧ ପାରା

ପାରା ଗୋଡ଼ରେ ପିତଳ ଟ୍ୟାଗରେ ଇଂରାଜୀରେ ରେଡି ବିଏସପି ଡିଏନ ଲେଖାଯାଇଛି।

ଓଏଲ୍‌ ବ୍ୟୁରୋ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ନାନପୁର ପତି ସାହିରୁ ଅଞ୍ଚଳରୁ ମିଳିଛି ଆଉ ଏକ ସନ୍ଦିଗ୍ଧ ପାରା। ଉଦ୍ଧାର ହୋଇଥିବା ପାରା ଗୋଡ଼ରେ ରହିଛି ପିତ୍ତଳ ଓ ପ୍ଲାଷ୍ଟିକ ଟ୍ୟାଗ୍। ପତି ସାହିରୁ ଧରାପଡ଼ିଥିବା ପାରା ରୂପନ ପତିଙ୍କ ଘର ଛାତ ଉପରେ ବସିଥିଲା। ତେବେ ପାରା ଗୋଡ଼ରେ ପିତଳ ଟ୍ୟାଗରେ ଇଂରାଜୀରେ ରେଡି ବିଏସପି ଡିଏନ ଲେଖାଯାଇଛି। ମିଳିଥିବା ଆଉ ଏକ ଟ୍ୟାଗରେ ଇଂରାଜୀରେ ୩୧ ଲେଖା ରହିଥିବା ଜଣା ପଡିଛି। ତେବେ ପାରାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ପୂର୍ବରୁ, କିଛିଦିନ ତଳେ ପାରାଦୀପରୁ ପୁରୀ ସମୁଦ୍ରକୁ ମାଛ ମାରିବାକୁ ଆସିଥିବା ଏକ ଟ୍ରଲର ଉପରେ ବସିଥିବା ଗୋଟିଏ ପାରାକୁ ମତ୍ସ୍ୟଜୀବୀମାନେ ଧରିଥିଲେ। ପରେ ଏହାକୁ ପୁଲିସକୁ ହସ୍ତାନ୍ତର କରାଯାଇଥିଲା। ଏହି ପାରାର ଗୋଡ଼ରେ ଜିପିଏସ୍ ଚିପ୍ ଓ ଖୁପିଆ କ୍ୟାମେରା ଲାଗିଥିଲା। ପୁଲିସ ଘଟଣାର ତଦନ୍ତ କରୁଥିଲେ ହେଁ ଏପର୍ଯ୍ୟନ୍ତ ପାରା ସମ୍ପର୍କରେ ସ୍ପଷ୍ଟ କରାଯାଇପାରିନାହିଁ। ଉଦ୍ଧାର ହୋଇଥିବା ପାରାକୁ ନେଇ କେନ୍ଦ୍ରୀୟ ଫୋରେନସିକ ଲାବରେ ତଦନ୍ତ କରାଯିବ ବୋଲି ସୂଚନା ମିଳିଥିଲା।