Odisha Link
Bridging the Missing Links in Odisha

ବଣିକ ସିଏମଡି ସୁବ୍ରତ ଛାଟୋଇ ବିଜେଡି ଆଇଟି ସେଲ୍‌ର ସଦସ୍ୟ: ବିଧାୟକ ସାଲୁଜା

ଭୁବନେଶ୍ୱରରେ ଇନଷ୍ଟିଚ୍ୟୁଟର ୨ଟି ସ୍ଥାନରେ ଚଢାଉ କରାଯାଉଥିବା ସୂଚନା ମିଳିଥିଲା।

ଓଏଲ୍‌ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରର ଅତି ଜଣାଶୁଣା ଘରୋଇ କୋଚିଂ ସେଣ୍ଟର ବାଣିକ୍‌ରେ ସେଣ୍ଟ୍ରାଲ ଜିଏସଟି ରେଡ୍ ହୋଇଛି। ଡାଇରୋକ୍ଟୋରେଟ୍ ଜେନେରାଲ ଅଫ୍ ଜିଏସଟି ଇଣ୍ଟେଲିଜେନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ଭୁବନେଶ୍ୱରରେ ଇନଷ୍ଟିଚ୍ୟୁଟର ୨ଟି ସ୍ଥାନରେ ଚଢାଉ କରାଯାଉଥିବା ସୂଚନା ମିଳିଥିଲା। ଲକ୍ଷାଧିକ ଟଙ୍କାର ଜିଏସ୍‌ଟି ଫାଙ୍କି ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା ସୂଚନା ମିଳିଛି। ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ସନ୍ତୋଷ ସିଂ ସାଲୁଜା।

ବିଧାୟକ ସାଲୁଜା କହିଛନ୍ତି, ଓଡ଼ିଶାରେ ଯେତେ ଫେକ୍ ଚାକିରି, ସବୁଥିରେ ବିଜେଡି ସଂପୃକ୍ତ। ବଣିକରେ କୋଚିଂ ନେଉଥିବା ସବୁ ପିଲାଙ୍କୁ ଚାକିରି ଆସ୍ୟୁର କରାଯାଉଥିଲା। ରାଜ୍ୟ ସରକାରଙ୍କ ଯେଉଁ ଚାକିରି ବାହାରିବ, ନିଶ୍ଚିତ ମିଳିବ କୁହାଯାଉଥିଲା ବୋଲି କହିଛନ୍ତି ସାଲୁଜା। ବଣିକ ସିଏମଡି ସୁବ୍ରତ ଛାଟୋଇ ବିଜେଡି ଆଇଟି ସେଲ୍‌ର ଜଣେ ସଦସ୍ୟ। ବିଜେଡି ଆଇଟି ଲୋକ ସେଲରେ ରହି ମେଧାବୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି। ବିଜେଡିର ଯେଉଁ ଲୋକ ଏଥିରେ ସଂପୃକ୍ତ, ସମସ୍ତଙ୍କୁ ତଦନ୍ତକୁ ଅଣାଯାଉ। ବିଧାନସଭାରେ ଏ ପ୍ରସଙ୍ଗ ଉଠାଇବୁ ବୋଲି କହିଛନ୍ତି ବିଧାୟକ ସନ୍ତୋଷ ସିଂ ସାଲୁଜା।

Leave A Reply

Your email address will not be published.