Odisha Link
Bridging the Missing Links in Odisha

ଛାତରୁ ପଡ଼ି ମେଡିକାଲ ଛାତ୍ରଙ୍କ ମୃତ୍ୟୁ

ଘଟଣା ଗତ ରାତିରେ ବାଲେଶ୍ୱର ଜିଲ୍ଲା ଫକୀରମୋହନ ମେଡିକାଲ କଲେଜରେ ଘଟିଛି

ଓଏଲ୍‌ ବ୍ୟୁରୋ : ବାଲେଶ୍ବର ଜିଲ୍ଲାରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଫକୀର ମୋହନ ମେଡିକାଲ କଲେଜର ଜଣେ ୩ୟ ବର୍ଷରେ ପଢ଼ୁଥିବା ଛାତ୍ରଙ୍କ ମୃତ୍ୟୁ ହୋଇଛି। ହଷ୍ଟେଲ ନିକଟ କୋଠାରୁ ପଡ଼ି ମେଡିକାଲ ଛାତ୍ରଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ତେବେ ଏଭଳି ଘଟଣା ଗତ ରାତିରେ ବାଲେଶ୍ୱର ଜିଲ୍ଲା ଫକୀରମୋହନ ମେଡିକାଲ କଲେଜରେ ଘଟିଛି। ମୃତ ଛାତ୍ର ଜଣକ ହେଲେ ହିତେଷ୍ଣୁ ଦାସ। ତାଙ୍କ ଘର ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ଭୀମପୁର ଗାଁରେ ବୋଲି ଜଣାପଡ଼ିଛି। ତେବେ ହିତେଷ୍ଣୁଙ୍କ ମୃତ୍ୟୁ ପଛର କାରଣ ସ୍ପଷ୍ଟ ହୋଇ ପାରି ନ ଥିବା ବେଳେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

ଖବର ଅନୁସାରେ, ଛାତରୁ ପଡ଼ି ମୃତ୍ୟୁ ହୋଇଥିବା ମେଡିକାଲ ଛାତ୍ର ହିତେଷ୍ଣୁ ଦାସ ରେମୁଣା ଗୋଲେଇସ୍ଥିତ ଫକୀରମୋହନ ମେଡିକାଲ କଲେଜର ତୃତୀୟ ବର୍ଷର ଛାତ୍ର ଥିଲେ। ସେ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ। କୌଣସି କାରଣରୁ ପ୍ରାୟ ୧ଟାରୁ ୨ଟା ମଧ୍ୟରେ ହଷ୍ଟେଲ ପାଖରେ ଥିବା ଏକ ତାଲା ବିଲ୍ଡିଂ ଉପରକୁ ଯାଇ ଡେଇଁ ପଡ଼ିଥିବା ଚର୍ଚା ଜୋର ଧରିଛି। ଛାତରୁ ପଡିବା ପରେ ତୁରନ୍ତ ହିତେଷ୍ଣୁଙ୍କୁ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.