ଫୁଲବାଣୀରେ ଦୁର୍ବୁତ୍ତଙ୍କ ଆତଙ୍କରାଜ, ବ୍ୟବସାୟୀଙ୍କଠାରୁ ଝାମ୍ପିନେଲେ ୧୭ ଲକ୍ଷ
ଜଣେ ବ୍ୟବସାୟୀ ଟଙ୍କା ନେଇ ଯାଉଥିବାବେଳେ ଦୁର୍ବୁତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି।

ଓଏଲ୍ ବ୍ୟୁରୋ: ଚାରିଆଡେ଼ ମାତିଛନ୍ତି ଦୁର୍ବୁତ୍ତ। ଦୁର୍ବୁତ୍ତଙ୍କ ଆକ୍ରମଣର ଶିକାର ହେଉଛନ୍ତି ସାଧାରଣ ଜନତା। କେତେବେଳେ ଆକ୍ରମଣ କରି କାହା ଜୀବନ ନେଲେଣି ତ ପୁଣି କେତେବେଳେ କେଉଁଠି ଲୁଟପାଟ କଲେଣି। ତେବେ ଦୁର୍ବୁତ୍ତମାନେ ଫୁଲବାଣୀରେ ଘଟାଇଛନ୍ତି ତୁମୁଳକାଣ୍ଡ। ଜଣେ ବ୍ୟବସାୟୀ ଟଙ୍କା ନେଇ ଯାଉଥିବାବେଳେ ଦୁର୍ବୁତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି।
ବ୍ୟବସାୟୀଙ୍କଠାରୁ ଦୁର୍ବୁତ୍ତ ୧୭ ଲକ୍ଷରୁ ଅଧିକ ଟଙ୍କା ଝାମ୍ପିନେଇଥିବା ଜଣା ପଡିଛି। ଗୁମାସ୍ତା ସହ ଟଙ୍କା ଜମା ପାଇଁ ସଂପୃକ୍ତ ବ୍ୟବସାୟୀ ବାଇକ୍ରେ ଆସୁଥିବାବେଳେ ୨ ଲୁଟେରା ଆସି ଆକ୍ସିସ ବ୍ୟାଙ୍କ ପାଖରୁ ଝାମ୍ପି ନେଇ ବାଇକରେ ଫେରାର ହୋଇଯାଇଥିବା ଜଣା ପଡିଛି।