Odisha Link
Bridging the Missing Links in Odisha

ବିଜେପି ଯେଉଁ ରାସ୍ତାରେ କୋଟିଆ ଯାଇଥିଲା, ସେ ରାସ୍ତା ରାଜ୍ୟ ସରକାର କରିଛନ୍ତି: ପ୍ରମିଳା ମଲ୍ଲିକ

କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ରାଜସ୍ବ ମନ୍ତ୍ରୀ ନିଜର ମନ୍ତବ୍ୟ ରଖିଛନ୍ତି।

ଓଏଲ୍‌ ବ୍ୟୁରୋ: ଉତ୍କଳ ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ଗସ୍ତରେ ଯାଇଥିଲେ। କୋଟିଆରେ କେନ୍ଦ୍ରମନ୍ତ୍ରୀ ଉତ୍କଳ ଦିବସ ପାଳିବା ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ମନ୍ତବ୍ୟ ଦେଇଥିଲେ। କୋଟିଆ ଓଡିଶାର, ଆନ୍ଧ୍ରର ନୁହେଁ। ଉତ୍କଳ ଦିବସରେ ଆନ୍ଧ୍ରପ୍ରଦେଶକୁ ଚେତାବନୀ ଦେଇ କହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦିନିକିଆ କୋଟିଆ ଗସ୍ତରେ ଯାଇ ସେଠାରେ ଉତ୍କଳ ଦିବସ ପାଳନ କରି ଦୀର୍ଘ ଦିନରୁ ବିବାଦ ଲାଗି ରହିଥିବା କୋଟିଆରେ ପହଞ୍ଚି ଆନ୍ଧ୍ରକୁ ସିଧାସଳଖ ଚେତାବନୀ ଦେଇଥିଲେ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ରାଜସ୍ବ ମନ୍ତ୍ରୀ ନିଜର ମନ୍ତବ୍ୟ ରଖିଛନ୍ତି।

କୋଟିଆ ମାମଲାରେ କେନ୍ଦ୍ର ହସ୍ତକ୍ଷେପ ଲୋଡ଼ିଲେ ରାଜସ୍ବ ମନ୍ତ୍ରୀ। ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ଉଭୟ ରାଜ୍ୟକୁ ଡାକି କେନ୍ଦ୍ର ଆଲୋଚନା କରୁ। ଉଭୟ ରାଜ୍ୟକୁ ଡାକି ଆଲୋଚନା କରି ସୀମା ନିର୍ଦ୍ଧାରଣ କରୁ କେନ୍ଦ୍ର। କେନ୍ଦ୍ରମନ୍ତ୍ରୀ ଯାଇ ଯଦି ଅନୁଭବ କରିଛନ୍ତି, ତେବେ କେନ୍ଦ୍ରକୁ କହି ବୈଠକ ଡାକନ୍ତୁ। ସେ ଆହୁରି ମଧ୍ୟ କହିଛନ୍ତି, କୋଟିଆରେ ରାଜ୍ୟ ସରକାର ବହୁ ବିକାଶ କରିଛନ୍ତି। ବିଜେପି ଯେଉଁ ରାସ୍ତାରେ କୋଟିଆ ଯାଇଥିଲା, ସେ ରାସ୍ତା ରାଜ୍ୟ ସରକାର କରିଛନ୍ତି ବୋଲି ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି।

Leave A Reply

Your email address will not be published.