Odisha Link
Bridging the Missing Links in Odisha

ରାଜ୍ୟରେ ଅସମ୍ଭାଳ ହେଲାଣି ତାତି, ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ପୁରୀ ୩୨.୨, ଭୁବନେଶ୍ବର ୩୧.୬, ଝାରସୁଗୁଡ଼ା ୩୧ ଡିଗ୍ରୀ। ଚାନ୍ଦବାଲି ୩୦.୮ ଓ କେନ୍ଦୁଝର ୩୦.୪ ଡିଗ୍ରୀ ରେକର୍ଡ କରାଯାଇଛି।

ଓଏଲ୍‌ ବ୍ୟୁରୋ: ପ୍ରଚଣ୍ଡ ଖରାରରେ ସିଝୁଛି ରାଜ୍ୟ। ରାଜ୍ୟରେ ଶୁଷ୍କ ଉଷ୍ମ ବାୟୁ ପ୍ରବାହ ବଢିବା ଯୋଗୁ ତାପାମାତ୍ରାରେ ମଧ୍ୟ ବୃଦ୍ଧି ପାଉଛି। ଉପକୂଳ ଓଡ଼ିଶା ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ବଢିବାରେ ଲାଗିଛି। ସକାଳୁ ପ୍ରବଳ ତାତି ଅନୁଭୁତ ହେଉଛି। ଏମିତି ଗୁଳୁଗୁଳି ହେଉଛି, ଘରୁ ବାହାରିବାକୁ ଭୟ ଲାଗୁଛି। ଅସମ୍ଭାଳ ଗରମରେ ସିଝୁଛି ରାଜଧାନୀ ସମେତ ସାରା ଓଡ଼ିଶା। ସକାଳ ୮ଟା ୩୦ ସୁଦ୍ଧା ୩୦ ଡିଗ୍ରୀ ଟପିଲା ରାଜ୍ୟର ୬ ସହର। ୩୩ ଡିଗ୍ରୀ ସହ ବାଲେଶ୍ବର ସବୁଠୁ ଉତ୍ତପ୍ତ ସହର। ପୁରୀ ୩୨.୨, ଭୁବନେଶ୍ବର ୩୧.୬, ଝାରସୁଗୁଡ଼ା ୩୧ ଡିଗ୍ରୀ। ଚାନ୍ଦବାଲି ୩୦.୮ ଓ କେନ୍ଦୁଝର ୩୦.୪ ଡିଗ୍ରୀ ରେକର୍ଡ କରାଯାଇଛି।

ଗତକାଲି ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର। ଝାରସୁଗୁଡାରେ ୪୨.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା। ସାଢେ ୨ଟା ସୁଦ୍ଧା ୪୦ ଡିଗ୍ରୀ ଉପରେ ରହିଛି ୩ ସହର। ଅନ୍ୟ ସହରଗୁଡିକ ଭିତରେ ସମ୍ବଲପୁର ୪୧.୮, ହୀରାକୁଦ ୪୦.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା। ଚାନ୍ଦବାଲି ୩୯.୬, ଭୁବନେଶ୍ୱର ୩୯.୪, କେନ୍ଦୁଝର ୩୮, ବାଲେଶ୍ୱର ୩୭.୨ ଡିଗ୍ରୀ ତାପମାତ୍ରା ରହିଥିଲା।

ଭୀଷଣ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଏସଓପି ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ। ଜିଲ୍ଲାସ୍ତରରେ ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଗକୁ ଆହୁରି ଖରା ବଢିବାକୁ ଥିବାରୁ ଲୋକଙ୍କୁ ଏ ନେଇ ଅଧିକରୁ ଅଧିକ ସଚେତନ କରିବାକୁ କୁହାଯାଇଛି। ତାପମାତ୍ରାକୁ ନଜରରେ ରଖି ରାଜ୍ୟର ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ଯେଉଁ ଗାଁ ବା ୱାର୍ଡରେ ଜଳ ସଙ୍କଟ ରହିଛି ସେଗୁଡ଼ିକୁ ଚିହ୍ନଟ କରାଯିବ। ଆବଶ୍ୟକୀୟ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବ। ଖରାପ ନଳକୂପର ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କେନାଲରେ ପାଣି ଛାଡିବା, ପାନୀୟ ଜଳସେବା କେନ୍ଦ୍ର ଖୋଲାଯିବ। ପଶୁପକ୍ଷୀଙ୍କ ପାଇଁ ବିଭିନ୍ନ ସ୍ଥାନରେ ପିଇବା ପାଣି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ, କଲେଜ ଓ ସମସ୍ତ ଶିକ୍ଷାନୁଷ୍ଠାରେ ପିଲାଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା କରାଯିବ।

ଓଆରଏସ୍ ରଖିବା, ପଡ଼ିଆରେ ଖେଳକୁଦ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରୀଷ୍ମ ପ୍ରବାହ ମୁକାବିଲା ନେଇ ପିଲାଙ୍କୁ ସଚେତନ କରାଯିବ। ହସ୍ପିଟାଲରେ ପର୍ଯ୍ୟାପ୍ତ ଔଷଧ, ସାଲାଇନ୍ ଏବଂ ଓଆରଏସ୍ ରଖାଯିବ। ସମସ୍ତ ଯାତ୍ରୀବାହୀ ବସରେ ପାଣି, ଓଆରଏସ୍ ରଖିବା ପାଇଁ କୁହାଯାଇଛି। ଦିନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଶ୍ରମିକମାନେ କାମ କରିବେନି। ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦେବାକୁ ଏସଆରସି ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି।

Leave A Reply

Your email address will not be published.