Odisha Link
Bridging the Missing Links in Odisha

୯୦ କେଜି ଗଞ୍ଜେଇ ଜବତ, ୨ ଗିରଫ

କନ୍ଧମାଳ ଫିରିଙ୍ଗିଆରୁ କଟକ ଚାଲାଣ ବେଳେ ପାଖାପାଖି ୯ ଲକ୍ଷ ଟଙ୍କାର ଗଞ୍ଜେଇ ସହ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ।

ଓଏଲ୍‌ ବ୍ୟୁରୋ: ବୌଦ୍ଧ ପୁଲିସକୁ ବଡ ସଫଳତା। ପାଖାପାଖି ୯ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି ପୁଲିସ। ଏହି ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୁରୁଣା କଟକ ଥାନା ମାଧପୁର ନିକଟରୁ ୯୦ କେଜି ଗଂଜେଇ ଜବତ କରାଯାଇଛି। କନ୍ଧମାଳ ଫିରିଙ୍ଗିଆରୁ କଟକ ଚାଲାଣ ବେଳେ ପାଖାପାଖି ୯ ଲକ୍ଷ ଟଙ୍କାର ଗଞ୍ଜେଇ ସହ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ତେବେ ବାରମ୍ଵାର ଏଭଳି ବେଆଇନ ଗଂଜେଇ ବେପାର ହେଉଥିବାରୁ ପୁଲିସ ମଧ୍ୟ ନିଜର ତତ୍ପରତା ଦେଖାଇଛି। ବିଭିନ୍ନ ସ୍ଥାନରେ ଏଭଳି ବେଆଇନ ଗଂଜେଇ ବେପାରୀଙ୍କୁ ଧରିବା ସହ ଗଂଜେଇ ମଧ୍ୟ ଜବତ କରୁଛି ପୁଲିସ।

Leave A Reply

Your email address will not be published.