Odisha Link
Bridging the Missing Links in Odisha

ଏପ୍ରିଲ ୧୯ ଓ ୨୦ରେ ସ୍କୁଲ ବନ୍ଦ, ଗ୍ରୀଷ୍ମ ପ୍ରବାହ ପାଇଁ ସରକାର ନେଲେ ନିଷ୍ପତ୍ତି

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାକୁ ନଜରରେ ରଖି ସାରା ରାଜ୍ୟରେ ଆସନ୍ତା ଦୁଇ ଦିନ ବନ୍ଦ ରହିବ ସମସ୍ତ ସ୍କୁଲ। ୧୯ ଓ ୨୦ ତାରିଖ ଦୁଇ ଦିନ ବନ୍ଦ ରହିବ ରାଜ୍ୟର ସମସ୍ତ ସ୍କୁଲ। ଏନେଇ ଶିକ୍ଷା ବିଭାଗ ତରଫରୁ ସୂଚନା ଦିଆଯାଇଛି।

ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ଯନ୍ତ ବନ୍ଦ ରହିବ ସ୍କୁଲ। ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଦୁଇଦିନ ବନ୍ଦ ରହିବ। ସ୍କୁଲ ସହିତ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ।

ପୂର୍ବରୁ ମଧ୍ୟ ସରକାର ଏପ୍ରିଲ ୧୨ ତାରିଖରୁ ୧୬ ତାରିଖ ପର୍ଯ୍ଯନ୍ତ ସ୍କୁଲ ବନ୍ଦ କରିଥିଲେ । ସୋମବାର ସ୍କୁଲ ଖୋଲିଥିଲା । ହେଲେ ରାଜ୍ୟରେ ଜାରି ଗ୍ରୀଷ୍ମ ପ୍ରବାହ ସମସ୍ତଙ୍କୁ ଅସ୍ତବ୍ୟସ୍ତ କରିଛି ।

Leave A Reply

Your email address will not be published.