Odisha Link
Bridging the Missing Links in Odisha

ଭାରତ ବିପକ୍ଷ ମହାମୁକାବିଲା ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷିତ

ଓଏଲ୍‌ ବ୍ୟୁରୋ: ଜୁନ୍‌ ମାସରେ ଖେଳାଯିବାକୁ ଥିବା ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲ ମୁକାବିଲା ପାଇଁ ଏବେଠୁ ପ୍ରସ୍ତୁତ ଆରମ୍ଭ କରିସାରିଲାଣି କ୍ରିକେଟ ଅଷ୍ଟ୍ରେଲିଆ। ଭାରତ ବିପକ୍ଷ ମହାମୁକାବିଲା ଓ ଇଂଲଣ୍ଡ ବିପକ୍ଷ ଆସେସ୍‌ ସିରିଜ ପାଇଁ ୧୭ ଜଣିଆ ଦଳ ଘୋଷଣା କରିଛି କ୍ରିକେଟ ଅଷ୍ଟ୍ରେଲିଆ।

ବର୍ତ୍ତମାନ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ଚାଲିଥିବା ସମୟରେ କ୍ରିକେଟ ଅଷ୍ଟ୍ରେଲିଆ ଦଳ ଘୋଷଣା କରିଛି। କଙ୍ଗାରୁ ଦଳରେ ଅନେକ ଷ୍ଟାର ଖେଳାଳିଙ୍କୁ ସ୍ଥାନ ମିଳିଛି। ପ୍ୟାଟ୍‌ କମିନ୍ସଙ୍କୁ ଦଳର ଅଧିନାୟକ ଦାୟିତ୍ବ ମିଳିଥିବା ବେଳେ ଷ୍ଟିଭ୍‌ ସ୍ମିଥଙ୍କୁ ଉପଅଧିନାୟକ ଦାୟିତ୍ବ ଦେଇଛି ଟିମ୍‌ ମ୍ୟାନଜେମଣ୍ଟ।

ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲ ମୁକାବିଲା ଜୁନ୍‌ ୭ ତାରିଖରେ ଖେଳାଯିବ। ଫାଇନାଲରେ ଭାରତକୁ ଭେଟିବ ଅଷ୍ଟ୍ରେଲିଆ। ଏହି ମହାମୁକାବିଲା ଇଂଲଣ୍ଡର ଦି ଓଭାଲେ ଖେଳାଯିବ । ଟିମ୍‌ ଇଣ୍ଡିଆ ଲଗାତାର ଦ୍ବିତୀୟ ଥର ପାଇଁ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଖେଳିବ। ୨୦୧୯-୨୧ ସଂସ୍କରଣ ଫାଇନାଲରେ ନ୍ୟୁଜିଲାଣ୍ଡ ଦଳଠୁ ପରାସ୍ତ ହୋଇଥିଲା ଭାରତ।

ଅଷ୍ଟ୍ରେଲିଆ ଦଳ: ପ୍ୟାଟ୍‌ କମିନ୍ସ (ଅଧିନାୟକ), ଷ୍ଟିଭ ସ୍ମିଥ୍‌ (ଉପଅଧିନାୟକ), ସ୍କଟ ବୋଲାଣ୍ଡ, ଆଲେକ୍ସ କେରୀ, କ୍ୟାମେରୁନ୍‌ ଗ୍ରୀନ୍, ମାରକସ୍‌ ହାରିସ୍‌, ଜୋସ୍‌ ହେଜେଲ୍‌ହୁଡ, ଟ୍ରାଭିସ ହେଡ୍, ଜୋସ୍‌ ଇଙ୍ଗ୍ଲିସ୍‌, ଉସମାନ ଖ୍ବାଜା, ମାରନସ୍‌ ଲାବୁସେନ୍, ନାଥନ୍‌ ଲାଏନ୍, ମିଚେଲ୍‌ ମାର୍ଶ, ଟୋଡ୍‌ ମୁର୍ଫି, ମ୍ୟାଥୁ ରେନସୋ, ମିଚେଲ୍‌ ଷ୍ଟାର୍କ ଓ ଡେଭିଡ ଓ୍ବାର୍ଣ୍ଣର ।

Leave A Reply

Your email address will not be published.