ଝାରସୁଗୁଡ଼ା ଉପନିର୍ବାଚନ: ଭାଜପା ଜାରି କଲା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି କରୁଛନ୍ତି ରାଜ୍ୟର ତିନି ପ୍ରମୁଖ ଦଳ। ବିଜୟ ଲକ୍ଷ୍ୟ ନେଇ ନେତା କରୁଛନ୍ତି ମାଷ୍ଟର ପ୍ଲାନ୍। ପୂର୍ବରୁ କଂଗ୍ରେସ ଓ ବିଜେଡି ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରି ସାରିଥିବା ବେଳେ ସନ୍ଧ୍ୟାରେ ଭାରତୀ୍ୟ ଜନତା ପାର୍ଟି (ଭାଜପା) ଜାରି କରିଛି ଷ୍ଟାର ପ୍ରଚାରକ ତାଲିକା। ଭାଜପା ପାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ପ୍ରଚାର କରିବେ ଏହି ହେଭିଓ୍ବେଟ ନେତା।
ପ୍ରଚାର ମଙ୍ଗ ରାଜ୍ୟ ଭାଜପା ସଭାପତି ମନମୋହନଙ୍କ ଉପରେ ନ୍ୟସ୍ତ କରିଛି ଦଳ । ସେହିପରି ୩ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଓ ବିଶ୍ବେଶ୍ବର ଟୁଡୁ ମଧ୍ୟ ଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି। ତାଙ୍କ ବ୍ୟତୀତ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ରହିଛନ୍ତି।
ସେହପରି ବୈଜୟନ୍ତ ପଣ୍ଡା, ଜୟନାରାୟଣ ମିଶ୍ର, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସୁନୀଲ ବଂଶଲ, ଡି ପୁରେନ୍ଦେଶ୍ବରୀ, ବିଜୟପାଲ ସିଂ ତୋମାର, ସମୀର ମହାନ୍ତି, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, କନକ ବର୍ଦ୍ଧନ ସିଂଦେଓ, ସଙ୍ଗୀତା କୁମାରୀ ସିଂ ଦେଓ, ଅପରାଜିତା ଷଡ଼ଙ୍ଗୀ, ନିତେଶ ଗଙ୍ଗଦେବ, ମୋହନ ଚରଣ ମାଝୀ, ନାଉରୀ ନାୟକ, ଡ.ସମ୍ବିତ ପାତ୍ର, ଖାରବେଳ ସ୍ବାଇଁ, ସୁରମା ପାଢ଼ୀ, ରବି ନାରାୟଣ ନାୟକ, ମାନସ କୁମାର ମହାନ୍ତି, ପୃଥୀରାଜ ହରିଚନ୍ଦନ, ଗୋଲକ ପ୍ରସାଦ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ସୁବାସ ପାଣିଗ୍ରାହୀ।, ଶଙ୍କର ଓରାମ ପ୍ରମୁଖ ଅଛନ୍ତି।
ସେହିପରି ରାଧାରାଣୀ ପଣ୍ଡା, ପ୍ରଦୀପ ପୁରୋହିତ, ଭବାନୀ ଶଙ୍କର ଭୋଇ, ନିତ୍ୟାନନ୍ଦ ଗୋଣ୍ଡ, ମୁକେଶ ମହାଲିଙ୍ଗ, କୁସୁମ ଟେଟେ, ସୁରଜ ସୂର୍ଯ୍ୟବଂଶୀ, ମଙ୍ଗଳ ସାହୁ, ଦିନେଶ ଜୈନ ଓ ତ୍ରିନାଥ ଗୁଆଳ ଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି।