Odisha Link
Bridging the Missing Links in Odisha

କୋର୍ଟ ପରିସରରେ ଆତଙ୍କ, ଓକିଲ ପୋଷାକରେ ଯୁବତୀଙ୍କୁ ଗୁଳିମାରିଲେ ଦୁର୍ବୃତ୍ତ

ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଦିଲ୍ଲୀ ଏମସରେ ଭର୍ତ୍ତି କରା ଯାଇଛି।

ଓଏଲ୍‌ ବ୍ୟୁରୋ: ଦିଲ୍ଲୀର ସାକେତ କୋର୍ଟ ପରିସରରେ ଖେଳିଯାଇଛି ଆତଙ୍କ। ଜଣେ ଦୁର୍ବୃତ୍ତ କୋର୍ଟ ପରିସରରେ ଯୁବତୀଙ୍କୁ ଗୁଳିମାଡ଼ କରିଥିବା ଖବର ସାମ୍ନାକୁ ଆସିଛି। ଦିଲ୍ଲୀର ସାକେତ କୋର୍ଟ ପରିସରରେ ଯୁବତୀଙ୍କୁ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଦିଲ୍ଲୀ ଏମସରେ ଭର୍ତ୍ତି କରା ଯାଇଛି। ଓକିଲ ପୋଷାକରେ ଥିବା ଜଣେ ଦୁର୍ବୃତ୍ତ ଯୁବତୀଙ୍କୁ ୪ ରାଉଣ୍ତ ଗୁଳିମାଡ଼ କରିଥିବା ସୂଚନା ରହିଛି। ତେବେ କେଉଁ କାରଣରୁ ଏଭଳି କାଣ୍ଡ ଘଟାଇଛି ଦୁର୍ବୃତ୍ତ ତାହା ଜଣା ପଡ଼ିନଥିବାବେଳେ କୋର୍ଟ ପରିସରରେ ଏନେଇ ଲୋକଙ୍କ ଭିତରେ ଆତଙ୍କ ଖେଳିଯାଇଛି।

Leave A Reply

Your email address will not be published.