Odisha Link
Bridging the Missing Links in Odisha

ଟ୍ୱିଟର ପାଇଁ ଗଣିବାକୁ ପଡ଼ିବ ଟଙ୍କା, ହଟିଲା ସେଲିବ୍ରିଟିଙ୍କ ଟ୍ୱିଟରର ବ୍ଲୁ-ଟିକ୍

ବ୍ଲୁ-ଟିକ୍ ମୋବାଇଲ୍ ୟୁଜର୍ସଙ୍କ ପାଇଁ ମାସକୁ ୯୦୦ଟଙ୍କା ସର୍ଭିସ ଚାର୍ଜ ଦେବାକୁ ପଡ଼ିବ।

ଓଏଲ୍‌ ବ୍ୟୁରୋ: ଟ୍ୱିଟର ବ୍ଲୁ-ଟିକ୍ ପାଇଁ ଗଣିବାକୁ ପଡ଼ିବ ଟଙ୍କା। ଟ୍ୱିଟରର ବ୍ଲୁ-ଟିକ୍ ପାଇଁ ୟୁଜର୍ସ ମାସକୁ ମାସ ନିଜ ପକେଟ୍‌ରୁ ଖର୍ଚ୍ଚ କରିବେ। ଭାରତରେ ମାଇକ୍ରୋ ବ୍ଲଗିଂ ଫ୍ଲାଟଫର୍ମ ଟ୍ୱିଟର ତା’ର ବ୍ଲୁ ଟିକ୍ ପାଇଁ ସବ୍‌ସ୍କ୍ରିପସନ ସେବା ଆରମ୍ଭ କରିଦେଇଛି। ପୂର୍ବରୁ ବ୍ଲୁଟିକ୍ ପାଇଥିବା ୟୁଜର୍ସଙ୍କୁ କୌଣସି ଶୁଳ୍କ ଦେବାକୁ ପଡୁନଥିବା ବେଳେ ଏବେ ମାସକୁ ମାସ ଟଙ୍କା ଗଣିବାକୁ ପଡ଼ିବ। ଅଲଗା ଅଲଗା ୟୁଜର୍ସଙ୍କ ପାଇଁ ଅଲଗା ଅଲଗା ସର୍ଭିସ୍ ଚାର୍ଜ ଦେବାକୁ ପଡ଼ିବ। ତେବେ ଏହି ନିୟମ ମୁତାବକ ଅନେକ ୟୁଜର୍ସଙ୍କ ଟ୍ୱିଟରର ବ୍ଲୁ-ଟିକ୍ ନଥିବା ଜଣା ପଡିଛି।

ଅନ୍ୟପକ୍ଷେ, ଟଙ୍କା ପୈଠ କରାଯାଇନଥିବାରୁ ରାତି ୧୨ଟାରୁ ଅନେକ ୟୁଜର୍ସଙ୍କ ଟ୍ୱିଟରର ବ୍ଲୁ-ଟିକ୍ ହଟାଇ ଦିଆଯାଇଛି। ଅନେକ ସେଲିବ୍ରିଟିଙ୍କ ଟ୍ୱିଟରର ବ୍ଲୁ-ଟିକ୍ ମାର୍କ ହଟିଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅଭିନେତା ଅମିତାଭ ବଚ୍ଚନ, ଶାହାରୁଖ୍‌ ଖାନ୍‌, ଆଲିଆ ଭଟ୍ଟ, ରାଜନେତା ଯୋଗୀ ଆଦିତ୍ୟନାଥ, ରାହୁଲ୍‌ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଅରବିନ୍ଦ କେଜ୍ରିୱାଲ୍‌ ଓ ମମତା ବାନାର୍ଜୀ, କ୍ରିକେଟ୍‌ର୍‌ ବିରାଟ ‌କୋହଲି ଓ ରୋହିତ ଶର୍ମା ଆଦି ଟୁଇଟର୍‌ ଆକାଉଣ୍ଟ୍‌ରୁ ‘ଭେରିଫାଏଡ୍‌ ବ୍ଲୁ ଟିକ୍‌’ ହରାଇଥିବା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ଭାରତରେ ଓ୍ୱେବ ୟୁଜର୍ସଙ୍କ ପାଇଁ ଟ୍ୱିଟର ବ୍ଲୁ-ଟିକ୍ ସର୍ଭିସ ଲାଗି ପ୍ରତି ମାସରେ ୬୫୦ ଟଙ୍କା ଦେବାକୁ ପଡ଼ିବ। ତେବେ ମୋବାଇଲ ୟୁଜର୍ସଙ୍କ ପାଇଁ ସର୍ଭିସ ଚାର୍ଜକୁ ଅଲଗା ରଖାଯାଇଛି। ବ୍ଲୁ-ଟିକ୍ ମୋବାଇଲ୍ ୟୁଜର୍ସଙ୍କ ପାଇଁ ମାସକୁ ୯୦୦ଟଙ୍କା ସର୍ଭିସ ଚାର୍ଜ ଦେବାକୁ ପଡ଼ିବ। କେବଳ ଭାରତ ନୁହେଁ ଆମେରିକା, ବ୍ରିଟେନ୍, କାନାଡା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ ଜାପାନ ଭଳି ଦେଶଗୁଡିକରେ ୟୁଜର୍ସଙ୍କୁ ଟ୍ୱିଟର ବ୍ଲୁଟିକ୍ ପାଇଁ ମାସକୁ ୮ ଡଲାର ଦେବାକୁ ପଡୁଛି। ସେହିପରି ବାର୍ଷିକ ସବସ୍କ୍ରିପସନ୍ ପାଇଁ ୮୪ ଡଲାର ଦେବାକୁ ପଡୁଛି। ଆଣ୍ଡ୍ରଏଡ୍ ୟୁଜର୍ସଙ୍କଠାରୁ ଅଧିକ ୩ ଡଲାର ଚାର୍ଜ କରି ଟ୍ୱିଟର ଗୁଗୁଲକୁ କମିଶନ ପ୍ରଦାନ କରିବ। ସେହି ହିସାବରେ ଭାରତରେ ୟୁଜର୍ସଙ୍କୁ ୬୫୦ ଟଙ୍କା, ମୋବାଇଲ୍ ୟୁଜର୍ସଙ୍କୁ ୯୦୦ ଟଙ୍କା ଏବଂ ବାର୍ଷିକ ସବସ୍କ୍ରିପସନ୍ ପାଇଁ ୬୮୦୦ ଟଙ୍କା ଚାର୍ଜ ଦେବାକୁ ପଡିବ ବୋଲି ଘୋଷଣା କରାଯାଇଥିବା ଜଣା ପଡିଥିଲା।

Leave A Reply

Your email address will not be published.