Odisha Link
Bridging the Missing Links in Odisha

କବାଡ଼ିଆଙ୍କୁ ବିକିଦେଲେ ପାଠ୍ୟ ପୁସ୍ତକ, ଚାକିରୀରୁ ସସ୍‌ପେଣ୍ଡ ହେଲେ ସିଆର୍‌ସିସି

ଓଏଲ୍‌ ବ୍ୟୁରୋ: ଖୋର୍ଦ୍ଧାରେ କବାଡ଼ିଆଙ୍କୁ ପାଠ୍ୟ ପୁସ୍ତକ ବିକ୍ରି କରିଥିବା ଖବର ସାମ୍ନାକୁ ଆସିଥିଲା। ବହି ବିକ୍ରି ଘଟଣାକୁ ନେଇ ଭାଇରାଲ ହୋଇଥିଲା ଏକ ଭିଡିଓ। ପାଠ୍ୟ ପୁସ୍ତକକୁ ଏଭଳି ବିକ୍ରି କରୁଥିବା ନେଇ ଅଭିଯୋଗ କ୍ରମେ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ କ୍ରମେ ବର୍ତମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କବାଡ଼ିଆଙ୍କୁ ପାଠ୍ୟ ପୁସ୍ତକ ବିକ୍ରି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦେଉଳି କ୍ଲଷ୍ଟର ସିଆର୍‌ସିସି ମନମୋହନ ମିଶ୍ରଙ୍କୁ ସସ୍‌ପେଣ୍ଡ୍‌ କରାଯାଇଛି। ଘଟଣାର ତଦନ୍ତ କରି ଦେଉଳି କ୍ଲଷ୍ଟର ସିଆର୍‌ସିସି ମନମୋହନ ମିଶ୍ରଙ୍କୁ ସସ୍‌ପେଣ୍ଡ କଲେ ବୋଲଗଡ଼ ବ୍ଲକ ଶିକ୍ଷାଧିକାରୀ।

Leave A Reply

Your email address will not be published.