Odisha Link
Bridging the Missing Links in Odisha

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ: ଜବାବ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନୋଟିସ

କମିଶନ ରିପୋର୍ଟ ସାର୍ବଜନୀନ କରିବାକୁ ଆବେଦନ ଉପରେ ନୋଟିସ ଜାରି କରାଯାଇଛି।

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ଚର୍ଚ୍ଚା ଜୋର ଧରିଥିବାବେଳେ ପୁଣି ୨ଟି ଫାଇଲ ହଜିବା ପରେ ଚହଳ ସୃଷ୍ଟି ହୋଇଥିଲା। ତେବେ ଏହି ପ୍ରସଙ୍ଗକୁ ନେଇ ହାଇକୋର୍ଟଙ୍କ ଜବାବ ତଲବ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ନୋଟିସ କଲେ ହାଇକୋର୍ଟ। ଜବାବ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନୋଟିସ କରାଯାଇଛି। ମୁଖ୍ୟ ଶାସନ ସଚିବ ଓ ଆଇନ ସଚିବଙ୍କୁ ହାଇକୋର୍ଟ ନୋଟିସ କରିଛନ୍ତି। କମିଶନ ରିପୋର୍ଟ ସାର୍ବଜନୀନ କରିବାକୁ ଆବେଦନ ଉପରେ ନୋଟିସ ଜାରି କରାଯାଇଛି। ଆସନ୍ତା ଜୁଲାଇ ୧୦ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।

ଖବର ଅନୁସାରେ, ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ନେଇ ଆଲୋଚନା ଥମି ନଥିବା ବେଳେ ଏବେ ଶ୍ରୀମନ୍ଦିର ପ୍ରଶାସନର ଫାଇଲକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ହଜିଯାଇଥିବା ଫାଇଲ ମିଳି ସାରିଥିବା କୁହାଯାଉଛି। ତେବେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ସୁର ରାଉତରାୟ। ସେ କହିଥିଲେ, ପ୍ରଥମେ ଚାବି ହଜିଲା ଏବେ ଫାଇଲ, କେତେବେଳେ ତିନିଠାକୁରଙ୍କୁ କିଏ ନେଇଯିବ ଏ ନବୀନ ସରକାର ଜାଣିପାରିବନି। ପୂର୍ବରୁ ଚାବି ହଜିଲା ପରେ କଂଗ୍ରେସ ଏନେଇ ଅଭିଯୋଗ ଆଣିଥିଲା, ଅଭିଯୋଗ ପରେ ଚାବି ମିଳିଥିଲା। ଯଦି ରତ୍ନଭଣ୍ଡାର ଚାବି ମିଳିଲା କେତେ କ’ଣ ଧନ ମିଳିଲା ବାହାର କର। ଏ ପ୍ରହସନ ବନ୍ଦ କର, କ’ଣ ପାଇଁ ଜଗନ୍ନାଥଙ୍କ ଜିନିଷ ହଜାଉଛ ବୋଲି ପ୍ରଶ୍ନ କରିଥିଲେ ସୁର ରାଉତରାୟ।

Leave A Reply

Your email address will not be published.