Odisha Link
Bridging the Missing Links in Odisha

ମୋତେ ଦାୟିତ୍ବର ଆବଶ୍ୟକତା ନାହିଁ, ଭାଲୁ ବାହିନୀପତି ନା ହିଁ କାଫି: ତାରା ବାହିନୀପତି

ଇସ୍ତଫା ଦେଲେ କିଏ କଣ ଭାବିବ ସେଥିପାଇଁ ଇସ୍ତଫା ଦେଇନି।

ଓଏଲ୍‌ ବ୍ୟୁରୋ: ଗଠନ ହୋଇଛି ନୂତନ ପିସିସି କମିଟି। ନବଗଠିତ ପିସିସିରେ ତାରା ବାହିନୀପତିଙ୍କୁ ସିନିଅର ଉପସଭାପତି କରାଯାଇଛି। ତେବେ ନବଗଠିତ ପିସିସି କମିଟିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଜୟପୁର ବିଧାୟକ ତାରା ବାହିନୀପତି। ଜୟପୁର ବିଧାୟକ ତାରା ବାହିନୀପତି କହିଛନ୍ତି, ନବଗଠିତ କମିଟିରେ ରହିବାକୁ ଇଚ୍ଛା ନାହିଁ।

ନବଗଠିତ ପିସିସିକୁ ନେଇ ଜୟପୁର ବିଧାୟକ ତାରା ବାହିନୀପତି ଆହୁରି ମଧ୍ୟ କହିଛନ୍ତି, ଇସ୍ତଫା ଦେଲେ କିଏ କଣ ଭାବିବ ସେଥିପାଇଁ ଇସ୍ତଫା ଦେଇନି। ମୋତେ ଦାୟିତ୍ୱର ଆବଶ୍ୟକତା ନାହିଁ। ଭାଲୁ ବାହିନୀପତି ନା ହିଁ କାଫି। ଦାୟିତ୍ବ ନେଲେ ଆମେ ନିଜ ନିର୍ବାଚନମଣ୍ଡଳୀରେ ବୁଲି ପାରିବୁନୁ। କମିଟିରେ ସିନିଅର ଉପସଭାପତି କରିଥିବାରୁ ଧନ୍ୟବାଦ ଦେଇଛନ୍ତି ତାରା ବାହିନୀପତି।

Leave A Reply

Your email address will not be published.