Odisha Link
Bridging the Missing Links in Odisha

କ୍ୟାମ୍ପ ଅଫିସରେ ସିଆରପିଏଫ୍ ଅଫିସରଙ୍କ ମୃତ୍ୟୁ, ନିଜ ବନ୍ଧୁକରେ ଗଲା ଜୀବନ!

ଘଟଣା ସଂପର୍କରେ ସିଆରପିଏଫ୍ କିମ୍ବା ପୁଲିସ ପକ୍ଷରୁ କିଛି ପ୍ରତିକ୍ରିୟା ମିଳିପାରିନାହିଁ।

ଓଏଲ୍‌ ବ୍ୟୁରୋ: ରାୟଗଡ଼ା କ୍ୟାମ୍ପ ଅଫିସରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣେ ସିଆରପିଏଫ ଅଫିସରଙ୍କ ଆତ୍ମହତ୍ୟା କରିଥିବା ସୂଚନା। ନିଜ ସର୍ଭିସ ରିଭଲଭରରୁ ଗୁଳି କରି ଅଫିସରଙ୍କ ଆତ୍ମହତ୍ୟା କରିଥିବା କୁହାଯାଉଛି। ମୃତ ବ୍ୟକ୍ତି ହେଉଛନ୍ତି ସୁନୀଲ କୁମାର ଯିଏକି ଚତୁର୍ଥ ବାଟାଲିଅନର ସେକେଣ୍ଡ କମାଣ୍ଡାଣ୍ଟ ଥିଲେ। ମୃତ କମାଣ୍ଡାଣ୍ଟଙ୍କ ଘର ବିହାର ହୋଇଥିବାବେଳେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।

ଚତୁର୍ଥ ବାଟାଲିଅନର ସେକେଣ୍ଡ କମାଣ୍ଡାଣ୍ଟ ସୁନୀଲ କୁମାରଙ୍କ ମୃତ୍ୟୁ ଖବର ପାଇବା ପରେ ଘଟଣାସ୍ଥଳରେ ରାୟଗଡ଼ା ଏସ୍‌ପି ବିବେକାନନ୍ଦ ଶର୍ମା ପହଞ୍ଚିଛନ୍ତି। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି। ଘଟଣା ସଂପର୍କରେ ସିଆରପିଏଫ୍ କିମ୍ବା ପୁଲିସ ପକ୍ଷରୁ କିଛି ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ଏନେଇ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.