Odisha Link
Bridging the Missing Links in Odisha

WTC ଫାଇନାଲ ପାଇଁ ଟିମ୍‌ ଇଣ୍ଡିଆ ଘୋଷିତ, ରୋହିତ ଅଧିନାୟକ

ଓଏଲ୍‌ ବ୍ୟୁରୋ: ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ମୁକାବିଲା ପାଇଁ ଭାରତୀୟ ଦଳ ଘୋଷଣା କଲା ବିସିସିଆଇ। ଅଷ୍ଟ୍ରେଲିଆ ବିପକ୍ଷ ମହାମୁକାବିଲା ପାଇଁ ଟିମ୍‌ ଇଣ୍ଡିଆର ନେତୃତ୍ବ ନେବେ ରୋହିତ ଶର୍ମା। ଏଥର ବି ଉପଅଧିନାୟକ ଘୋଷଣା କରିନି ବିସିସିଆଇ। ସବୁଠୁ ବଡ଼କଥା ହେଲା ଆଉଟ୍‌ ଅଫ୍‌ ଫର୍ମ ପାଇଁ ଟେଷ୍ଟ ଦଳରୁ ବାଦ ପଡ଼ିଥିବା ଆଜିଙ୍କ୍ୟ ରାହାଣେ ଟେଷ୍ଟ ଟିମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଚଳିତ ଆଇପିଏଲରେ ରାହାଣେଙ୍କ ଦମଦାର ପ୍ରଦର୍ଶନ ଯୋଗୁଁ ଟେଷ୍ଟ ଟିମରେ ପୁଣିଥରେ ସ୍ଥାନ ପାଇଛନ୍ତି।

ଅଷ୍ଟ୍ରେଲିଆ ବିପକ୍ଷ ଲଢ଼େଇ ପାଇଁ ବିସିସିଆଇ ୧୫ ଜଣିଆ ଦଳ ଘୋଷଣା କରିଛି। ଯେଉଁଥିରେ ୬ ଜଣ ବ୍ୟାଟସମ୍ୟାନ୍‌ ଥିବା ବେଳେ ୪ ଜଣ ଅଲରାଉଣ୍ଡର, ୪ ଜଣ ବୋଲର ଆଉ ଜଣେ ଓ୍ବିକେଟ କିପର ଦଳରେ ସ୍ଥାନ ପାଇଛନ୍ତି। ନିକଟରେ ଅଷ୍ଟ୍ରେଲିଆ ଦଳ ଭାରତ ବିପକ୍ଷ ଲଢ଼େଇ ପାଇଁ ୧୭ ଜଣିଆ ଦଳ ଘୋଷଣା କରିଥିଲା। ଯାହାର ନେତୃତ୍ବ ପ୍ୟାଟ୍‌ କମିନ୍ସ ନେଉଛନ୍ତି। ସେହିପରି ଉପଅଧିନାୟକ ଷ୍ଟିଭ ସ୍ମିଥ ଅଛନ୍ତି। ଜୁନ ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ଲଣ୍ଡନର ଦି ଓଭଲ ଷ୍ଟାଡିୟମରେ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ମୁକାବିଲା ଖେଳାଯିବ।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ଚେତେଶ୍ବର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, କେଏଲ ରାହୁଲ, କେଏସ୍‌ ଭରତ, ରବିଚନ୍ଦ୍ରନ ଅଶ୍ବିନୀ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନଦକନ୍ତ

Leave A Reply

Your email address will not be published.