Odisha Link
Bridging the Missing Links in Odisha

ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ସାମାଜିକ ବିଜ୍ଞାନ ପରୀକ୍ଷାରେ ମିଳିବ ଗ୍ରେସ ମାର୍କ

ମାଟ୍ରିକ ଖାତା ଦେଖା ସରିଥିବା ସୂଚନା ଦେଇଥିଲେ ବୋର୍ଡ ଉପସଭାପତି।

ଓଏଲ୍‌ ବ୍ୟୁରୋ: ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ୧୦ମ ଶ୍ରେଣୀ ସାମାଜିକ ବିଜ୍ଞାନ ପରୀକ୍ଷାରେ ମିଳିବ ଗ୍ରେସ ମାର୍କ। ମାଟ୍ରିକ ପରୀକ୍ଷାରେ ବି ସେଟ୍ ପ୍ରଶ୍ନରେ ଥିଲା ମୁଦ୍ରଣ ଜନିତ ତ୍ରୁଟି। ଯେଉଁ ପରୀକ୍ଷାର୍ଥୀ ଭୁଲ ପ୍ରଶ୍ନର ଉତ୍ତର ରଖିଥିବେ ତାଙ୍କୁ ଗ୍ରେସ ମାର୍କ ମିଳିବ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପରୀକ୍ଷାରେ ଭୁଲ୍ ପ୍ରଶ୍ନକୁ ନେଇ ବିବାଦ ଦେଖାଦେଇଥିଲା। ହେଲେ ଯେଉଁମାନେ ଉତ୍ତର ରଖିନଥିବେ ତାଙ୍କୁ ଗ୍ରେସ ମାର୍କ ମିଳିବ ନାହିଁ ବୋଲି ବୋର୍ଡ କର୍ତ୍ତୃପକ୍ଷ ଏହିପରି ସୂଚନା ଦେଇଛନ୍ତି।

ଖବର ଅନୁସାରେ, ଆସନ୍ତା ଦେଢ଼ ମାସ ମଧ୍ୟରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ମାଟ୍ରିକ ଖାତା ଦେଖା ସରିଥିବା ସୂଚନା ଦେଇଥିଲେ ବୋର୍ଡ ଉପସଭାପତି। ସେ ଆହୁରି ମଧ୍ୟ କହିଥିଲେ, ଅନ୍ୟ ବୋର୍ଡ ତୁଳନାରେ ଆଗୁଆ ବାହାର କରିବାକୁ ଆଶାବାଦୀ। ସୋସିଆଲ ସାଇନ୍ସ ବି ସେଟ୍‌ ତ୍ରୁଟିକୁ ନେଇ ବିଚଳିତ ହୁଅନ୍ତୁ ନାହିଁ। ୩ରୁ ୫ ହଜାର ପିଲା ପ୍ରଭାବିତ ହୋଇଥିଲେ, ସର୍ଟଆଉଟ ହୋଇଛି ବୋଲି ପ୍ରେସମିଟ୍‌ରେ ସୂଚନା ଦେଇଥିଲେ ବୋର୍ଡ ଉପସଭାପତି ନିହାର ରଂଜନ ମହାନ୍ତି।

Leave A Reply

Your email address will not be published.