Odisha Link
Bridging the Missing Links in Odisha

ଛତିଶଗଡ଼ କଲ୍‌ମା ବ୍ୟାରେଜର ଆଉ ୨୦ଟି ଗେଟ୍ ଖୋଲିଲା: ଭକ୍ତ ମହାନ୍ତି

ବିଭିନ୍ନ ପର୍ଯ୍ୟାୟରେ ଗେଟ୍ ଖୋଲିବାକୁ ଛତିଶଗଡ଼କୁ ଚିଠି ଲେଖିଥିଲୁ ବୋଲି କହିଛନ୍ତି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ମହାନ୍ତି।

ଓଏଲ୍‌ ବ୍ୟୁରୋ: ମହାନଦୀ ଜଳକୁ ନେଇ ଲାଗି ରହିଛି ବିବାଦ। କଲମା ବ୍ୟାରେଜର ୨୦ଟି ଗେଟ୍ ଖୋଲିଲା ଛତିଶଗଡ଼। ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ମହାନ୍ତି ଏନେଇ ସୂଚନା ଦେଇଛନ୍ତି। ଗତକାଲି ୧୭ଟି ଗେଟ୍ ଖୋଲିଥିଲା, ଆଜି ୨୦ଟି ଖୋଲିଛି। ଟ୍ରିବ୍ୟୁନାଲ ଟିମ୍ ଓଡ଼ିଶା ଆସୁଥିବାରୁ ଛତିଶଗଡ଼ ଖୋଲି ଥାଇପାରେ ବୋଲି କହିଛନ୍ତି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ମହାନ୍ତି। ୧୦ ତାରିଖରେ ଟିମ୍ ଓଡ଼ିଶା ଆସୁଥିବା ସୂଚନା ଅଛି। ଛତିଶଗଡ଼ ଗେଟ୍ ଖୋଲୁଥିଲେ ବି ହୀରାକୁଦରେ ଇନ୍ ଫ୍ଲୋ ବଢୁନି। ବିଭିନ୍ନ ପର୍ଯ୍ୟାୟରେ ଗେଟ୍ ଖୋଲିବାକୁ ଛତିଶଗଡ଼କୁ ଚିଠି ଲେଖିଥିଲୁ ବୋଲି କହିଛନ୍ତି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ମହାନ୍ତି।

ଗତକାଲି ଜଳ ବିବାଦ ନେଇ ଟ୍ରିବ୍ୟୁନାଲଙ୍କ ଗସ୍ତ ପୂର୍ବରୁ ଖୋଲିଥିଲା କଲ୍‌ମାର ୧୭ ଗେଟ୍‌। ଆସନ୍ତା ୨୯ ତାରିଖରେ ଛତିଶଗଡ଼ ଗସ୍ତ କରିବେ ଟ୍ରିବ୍ୟୁନାଲ। କଲମାରେ ସର୍ବାଧିକ ଜଳ ଧାରଣ କ୍ଷମତା ୧୯୭ ମିଟର ଛୁଇଁ ଯାଇଥିବାରୁ ନିଜ ଛବିକୁ ସ୍ୱଚ୍ଛ ରଖିବା ପାଇଁ ଛତିଶଗଡ଼ ସରକାର ୧୭ଟି ଗେଟ୍ ଖୋଲି ଦେଇଥିବା ସୂଚନା ମିଳିଥିଲା। ଫଳରେ ପ୍ରାୟ ୧ ମାସ ହେବ ଶୁଖିଲା ପଡ଼ିଥିବା ଓଡ଼ିଶାରେ ମହାନଦୀର ପ୍ରବେଶ ସ୍ଥଳ କୁହାଯାଉଥିବା ଶୁଖାସୋଡାରେ ପାଣି ଦେଖିବାକୁ ମିଳିଛି। ଏବେ ପୁଣି ଆହୁରି ୨୦ଟି ଗେଟ ଖୋଲିଥିବା ସୂଚନା ମିଳିଛି।

ମହାନଦୀ ଟ୍ରିବ୍ୟୁନାଲଙ୍କ ପ୍ରଥମ ପର୍ଯ୍ୟାୟ ଗସ୍ତ ଶେଷ ହୋଇଛି। ଏହି ସମୟରେ କଲମା ସମେତ ଛତିଶଗଡ଼ର ପ୍ରାୟ ସମସ୍ତ ବ୍ୟାରେଜ୍ ଏହାର ନିର୍ଦ୍ଧାରିତ କ୍ଷମତା ପାଖାପାଖି ଜଳ ସଂରକ୍ଷଣ କରିଥିବା ଚିତ୍ର ସାମ୍ନାକୁ ଆସିଥିଲା। ଛତିଶଗଡ଼ରେ ମହାନଦୀ ପାଣି ଲହଡି ଭାଙ୍ଗୁଥିବା ବେଳେ ଓଡ଼ିଶାରେ ଶୁଖିଲା ପଡ଼ିଥିବା ଚିତ୍ର ସାମ୍ନାକୁ ଆସିଥିଲା। ଯାହାକୁ ଛତିଶଗଡ଼ ସରକାର ଖଣ୍ଡନ କରିବା ସହ ଓଡ଼ିଶା ମିଥ୍ୟା ଅଭିଯୋଗ ଆଣୁଥିବା ଟ୍ରିବ୍ୟୁନାଲ ସମ୍ମୁଖରେ ତଥ୍ୟ ରଖିଥିଲା।

Leave A Reply

Your email address will not be published.