Odisha Link
Bridging the Missing Links in Odisha

ରାଜ୍ୟରେ ଆସନ୍ତା ୨୯ ଯାଏଁ କୁଆପଥର ବର୍ଷାର ଆଶଙ୍କା, ୩୦ରୁ ଅସହ୍ୟ ହୋଇପାରେ ତାତି

କାଳବୈଶାଖୀର ପ୍ରଭାବରେ କଟକ, ଭୁବନେଶ୍ୱର ସମେତ ଆଉ କିଛି ଜିଲ୍ଲାରେ ଥଣ୍ଡା ପବନ ଅନୁଭୂତ ହୋଇଛି।

ଓଏଲ୍‌ ବ୍ୟୁରୋ: ଅସହ୍ୟ ତାତିରୁ ମିଳିଲା ତ୍ରାହି। କାଳବୈଶାଖୀ ପ୍ରଭାବରେ ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ ଓ ଦେବଗଡ଼ ଆଦି ଜିଲ୍ଲାର କିଛି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ପୁଣି କାଳବୈଶାଖୀ ବର୍ଷା ହେବାର ଆଶଙ୍କା। ଆସନ୍ତା ୨୯ ତାରିଖ ଯାଏ ତାପମାତ୍ରା ରହିବ ଅପରିବର୍ତ୍ତିତ। କିଛି ସ୍ଥାନରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ୩୦ ପରେ ବଦଳିବ ରାଜ୍ୟର ପାଗ ବଦଳିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ହୁ ହୁ ହୋଇ ବଢୁଥିବା ତାପମାତ୍ରାରେ ନିୟନ୍ତ୍ରଣ ଆସିଯାଇଛି। କାଳବୈଶାଖୀର ପ୍ରଭାବରେ କଟକ, ଭୁବନେଶ୍ୱର ସମେତ ଆଉ କିଛି ଜିଲ୍ଲାରେ ଥଣ୍ଡା ପବନ ଅନୁଭୂତ ହୋଇଛି। ଗତକିଛି ଦିନ ହେବ ଲାଗିରହିଥିବା ଭୀଷଣ ଗ୍ରୀଷ୍ମ ପ୍ରବାହରୁ ତ୍ରାହି ମିଳିବ ବୋଲି ଆଶା ରହିଛି। ଲାଗି ରହିଥିବା ଗ୍ରୀଷ୍ମ ପ୍ରବାହରେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଥିଲା।