Odisha Link
Bridging the Missing Links in Odisha

ପ୍ଲେ ଷ୍ଟୋର୍‌ରୁ ବାଦ୍‌ ପଡ଼ିଲା ୩୫୦୦ ପର୍ସନାଲ ଲୋନ୍‌ ଆପ୍‌

ପୂର୍ବରୁ ଅନେକ ବ୍ୟକ୍ତି ଏହି ବ୍ୟକ୍ତିଗତ ଆପରୁ ବ୍ୟକ୍ତିଗତ ଲୋନ ନେଇ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଖବର ମଧ୍ୟ ସାମ୍ନାକୁ ଆସିଛି।

ଓଏଲ୍‌ ବ୍ୟୁରୋ: ପ୍ଲେ ଷ୍ଟୋର୍‌ରେ ଅନେକ ଲୋନ ଆପ୍ଲିକେସନ ଦେଖିବାକୁ ମିଳେ। ଯେଉଁଥିରେ ଜଣେ ସାଧାରଣ ଆଲୋକ ନିଜର ବ୍ୟକ୍ତିଗତ ଡାଟା ଅପଲୋଡ କରି ବ୍ୟକ୍ତିଗତ ଲୋନ ନେଇପାରିବ। ଏହି ବ୍ୟକ୍ତିଗତ ଲୋନ ଆପ ଗୁଡିକ ବେଆଇନ ଭାବେ ଡାଟା ବ୍ୟବହାର କରୁଥିଲେ। ଏଭଳି ଲୋନ ଆପକୁ ପ୍ଲେ ଷ୍ଟୋର୍‌ରୁ ବାଦ୍‌ ଦେଇଛି ଗୁଗଲ୍‌ ଇଣ୍ଡିଆ। ପାଖାପାଖି ୩୫୦୦ ପର୍ସନାଲ ଲୋନ୍‌ ଆପ୍‌ ବାଦ୍‌ ଦେଲା ଗୁଗଲ୍‌ ଇଣ୍ଡିଆ। ଉତ୍ତର ଦାୟିତ୍ବ ବହନ କରୁ ନ ଥିବାରୁ ପ୍ଲେ ଷ୍ଟୋର୍‌ରୁ ବାଦ ଦିଆଯାଇଛି। ପୂର୍ବରୁ ଅନେକ ବ୍ୟକ୍ତି ଏହି ବ୍ୟକ୍ତିଗତ ଆପରୁ ବ୍ୟକ୍ତିଗତ ଲୋନ ନେଇ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଖବର ମଧ୍ୟ ସାମ୍ନାକୁ ଆସିଛି। ତେବେ ସେଥିରୁ ମୁକ୍ତି ଦେବା ପାଇଁ ଗୁଗଲ ଇଣ୍ଡିଆ ଏଭଳି ବଡ ପଦକ୍ଷେପ ଗ୍ରହଣ କରିଛି।

Leave A Reply

Your email address will not be published.