Odisha Link
Bridging the Missing Links in Odisha

ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧାଙ୍କ ଜୀବନ, ୬ ଆହତ

ବୃଦ୍ଧାଙ୍କ ଜୀବନ ଯିବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ହାତୀ ଆକ୍ରମଣ ବଢ଼ିବାରେ ଲାଗିଲାଣି। ହାତୀ ଆକ୍ରମଣରେ ପ୍ରତିଦିନ କିଏ ନା କିଏ ଆହତ ହେଉଥିବା ଖବର ସାମ୍ନାକୁ ଆସୁଛି। ତେବେ ବାରିପଦା ରେଞ୍ଜର ବଡ଼ଯୋଡ଼ରେ ଘଟିଥିବା ଆଉ ଏକ ଖବର ସାମ୍ନାକୁ ଆସୁଛି। ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ଜୀବନ ଚାଲିଯାଇଛି। ବୃଦ୍ଧାଙ୍କୁ ରକ୍ଷା କରିବାକୁ ଯାଇ ଗ୍ରାମବାସୀ ଆହତ ହୋଇଥିବା ସୂଚନା ରହିଛି। ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ। ତେବେ ଏଭଳି ହଠାତ ହାତୀ ଆକ୍ରମଣର ଶିକାର ହେବେ ତାହା ଚିନ୍ତଜନକ। ବୃଦ୍ଧାଙ୍କ ଜୀବନ ଯିବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ହାତୀ ଆକ୍ରମଣର ଶିକାର ହୋଇ ବୃଦ୍ଧାଙ୍କ ଜୀବନ ଯିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Leave A Reply

Your email address will not be published.