Odisha Link
Bridging the Missing Links in Odisha

ବିଜେପି ଯେଉଁ ଅଭିଯୋଗ କରୁଛି ତାହା ନିରାଧାର: ବିଧାୟକ ଶଶୀଭୂଷଣ ବେହେରା

ଶାନ୍ତି ଫେରୁଥିବା ବେଳେ ଆଶାନ୍ତି ସୃଷ୍ଟି କରିବାକୁ ଉଦ୍ୟମ ନହେଉ ବୋଲି ବିଜେଡି କହିଛି।

ଓଏଲ୍‌ ବ୍ୟୁରୋ: ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ହିଂସା ଘଟଣା ସାମ୍ନାକୁ ଆସିଥିଲା। ପରେ ସେଠାରେ ସ୍ଥିତି ସୁଧୁରିବାରେ ଲାଗିଛି। ଏହାରି ମଧ୍ୟରେ ଆଜି ସମ୍ବଲପୁର ହିଂସାକାଣ୍ଡର ସ୍ଥିତି ପରଖିବାକୁ ଭାରତୀୟ ଜନତା ପାର୍ଟିର ୩ ଜଣିଆ କେନ୍ଦ୍ରୀୟ ଟିମ୍ ପହଂଚିଥିଲେ। ହିଂସା ଘଟଣା ପରେ ବିଜେପିର କେନ୍ଦ୍ରୀୟ ଟିମ୍ ଏଠାକୁ ଗସ୍ତ କରିବାକୁ ନେଇ କଡା ପ୍ରତିକ୍ରିୟା ରଖିଛି ବିଜେଡି। ବିଜେଡି ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି, ଓଡିଶା ଏକ ଶାନ୍ତି ପ୍ରିୟ ରାଜ୍ୟ। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ସାମ୍ପ୍ରଦୟିକ ସଦଭାବନା ବହୁତ ଭଲ ଥିବାବେଳେ ପୁଣି ଉସୁକାଇବା ବ୍ୟବସ୍ଥା କରିବା ଠିକ ନୁହେଁ।

ସେ ଆହୁରି ମଧ୍ୟ କହିଛନ୍ତି, ଦଳୀୟ ଟିମ ବୁଲିବା ଦ୍ୱାରା ସମ୍ବଲପୁରରେ ଶାନ୍ତି ବ୍ୟାଘାତ ହେବ। ଯେତେବେଳେ ସବୁ କିଛି ଶାନ୍ତ ହୋଇଛି ପୁଣି ଥରେ ତାକୁ ଉସକେଇ ବାକୁ ଚେଷ୍ଟା ନ କରାଯାଉ। ଦଳୀୟ ଭିତ୍ତିରେ ଯଦି ଟିମ ବୁଲିବେ ତାର ପ୍ରତିବାଦରେ ଅନ୍ୟ ମାନେ ବି ଯିବେ। ଆଇନ ଉପରେ ବିଶ୍ୱାସ ରଖିବା ଦରକାର। ବିଜେପି ଯେଉଁ ଅଭିଯୋଗ କରୁଛି ତାହା ନିରାଧାର। ସେ ଅଞ୍ଚଳର ସାମ୍ପ୍ରଦୟିକ ସଦଭାବନାକୁ ନଷ୍ଟ ନ କରାଯାଉ ବୋଲି କହିଛନ୍ତି କେନ୍ଦ୍ରାପଡ଼ାର ବିଜେଡି ବିଧାୟକ ଶଶୀଭୂଷଣ ବେହେରା।

ଅନ୍ୟପଟେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, କାଁ ଭାଁ ହିଂସାକୁ ସାଂପ୍ରଦାୟିକ ରଙ୍ଗ ଦେବାକୁ ଉଦ୍ୟମ କରୁଛି ବିଜେପି। ରାଜନୈତିକ ଉଦ୍ଦେଶ୍ୟ ରଖି ସମ୍ବଲପୁର ଗସ୍ତ କରୁଛନ୍ତି ବିଜେପିର କେନ୍ଦ୍ରୀୟ ଟିମ୍। ଶାନ୍ତି ଫେରୁଥିବା ବେଳେ ଆଶାନ୍ତି ସୃଷ୍ଟି କରିବାକୁ ଉଦ୍ୟମ ନହେଉ ବୋଲି ବିଜେଡି କହିଛି।

Leave A Reply

Your email address will not be published.