Odisha Link
Bridging the Missing Links in Odisha

ଦୁଇ ଦିନ ପାଇଁ ପର୍ଯ୍ୟଟକଙ୍କୁ ଶିମିଳିପାଳ ମନା, ମେ’୫ରେ ଶିମିଳିପାଳ ବୁଲିବେ ରାଷ୍ଟ୍ରପତି

୪ ତାରିଖରେ ରାଇରଙ୍ଗପୁରରେ ପହଞ୍ଚିବା ପରେ ପୂର୍ବରୁ ସ୍ଥିରୀକୃତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ।

ଓଏଲ୍‌ ବ୍ୟୁରୋ: ଆସନ୍ତା ଦୁଇ ଦିନ ପାଇଁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ବନ୍ଦ ରହିବ। ଆସନ୍ତା ୪ ଓ ୫ ତାରିଖ ସାଧାରଣ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ। ତେବେ ଆସନ୍ତା ୫ରେ ଶିମିଳିପାଳ ବୁଲିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମେ’ ୪ ତାରିଖରେ ମୟୂରଭଞ୍ଜ ଆସିବେ ରାଷ୍ଟ୍ରପତି। ୪ ତାରିଖରେ ରାଇରଙ୍ଗପୁରରେ ପହଞ୍ଚିବା ପରେ ପୂର୍ବରୁ ସ୍ଥିରୀକୃତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ। ସେହି ରାତିରେ ବାରିପଦା ଆସି ସର୍କିଟ୍‌ ହାଉସ୍‌ରେ ରହିବେ।

ଆସନ୍ତା ମେ’ ୬ ତାରିଖରେ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ଏନେଇ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ସଚିବ ଫୋନ କରି ଅବଗତ କରାଇଛନ୍ତି। କାର୍ଯ୍ୟକ୍ରମ ସଅଳ ହେବାକୁ ଥିବାରୁ ଆଗୁଆ ପ୍ରସ୍ତୁତ ହେଉଛୁ ବୋଲି କୁଳପତି ପ୍ରଫେସର ତ୍ରିପାଠୀ କହିଛନ୍ତି।

Leave A Reply

Your email address will not be published.