Odisha Link
Bridging the Missing Links in Odisha

ଆଜି ଶିମିଳିପାଳ ପରିଦର୍ଶନ କରିବେ ରାଷ୍ଟ୍ରପତି, ସାଧାରଣ ପର୍ଯ୍ୟଟକଙ୍କୁ ଅଭୟାରଣ୍ୟ ମନା

ଆଜି ସକାଳୁ ସକାଳୁ ରାଇରଙ୍ଗପୁର ସ୍ଥିତ ପୂର୍ଣ୍ଣେଶ୍ବର ଶିବ ମନ୍ଦିରରେ ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଓଏଲ୍‌ ବ୍ୟୁରୋ: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କରିବେ। ଦିନ ୧୨ଟାରେ ଶିମିଳିପାଳରେ ପହଞ୍ଚିବା ପରେ ସେଠାରେ ଦିନ ୨ଟା ୩୦ ମିନିଟ୍ ପର୍ଯ୍ୟନ୍ତ ରହିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସାଧାରଣ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଛି ଶିମିଳିପାଳ ଅଭୟାରଣ୍ୟ। ମହାମହିମ ଓଡିଶା ଗସ୍ତରେ ଆସିଥିବାବେଳେ ତାଙ୍କ ନିଅ ଜନ୍ମ ମାଟିରେ ଅତି ଆଡମ୍ବରର ସହ ତାଙ୍କୁ ସ୍ୱାଗତ କରାଯାଇଥିଲା। ଆଜି ସକାଳୁ ସକାଳୁ ରାଇରଙ୍ଗପୁର ସ୍ଥିତ ପୂର୍ଣ୍ଣେଶ୍ବର ଶିବ ମନ୍ଦିରରେ ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଖବର ଅନୁସାରେ, ଆସନ୍ତା ମେ’ ୬ ତାରିଖରେ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ଏନେଇ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ସୂଚନା ଦେଇଥିଲେ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସଜେଇ ହୋଇଛି ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ।

Leave A Reply

Your email address will not be published.