Odisha Link
Bridging the Missing Links in Odisha

ଫ୍ଲିପକାର୍ଟ ଟଙ୍କା ହଡପ କରି ଗିରଫ ହେଲେ ବ୍ରାଞ୍ଚ ମ୍ୟାନେଜର

ଅଭିଯୁକ୍ତ ହେଲେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇର ବିକ୍ରମ ସେନ ରାଉଳ।

ଓଏଲ୍‌ ବ୍ୟୁରୋ: ପ୍ରତିଦିନ ଅନେକ ଠକେଇ ଖବର ସାମ୍ନାକୁ ଆସୁଥିବାବେଳେ ଆଜି ଏହି ଠକେଇକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି। ଏଥର ଦୁର୍ବୃତ୍ତ ନୁହେଁ ବରଂ ଜଣେ ମ୍ୟାନେଜର ବାବୁ ଠକେଇ କରିଥିବା ଜଣା ପଡିଛି। ଫ୍ଲିପକାର୍ଟ ଟଙ୍କା ହଡପ କରି ବ୍ରାଞ୍ଚ ମ୍ୟାନେଜର ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଛି।

ଗିରଫ ମ୍ୟାନେଜର ଦେବଗଡ ସିଏବିଟି କମ୍ପାନୀରେ କାର୍ଯ୍ୟରତ କର୍ମଚାରୀ। କମ୍ପାନୀର ପ୍ରାୟ ନଅ ଲକ୍ଷ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ହେଲେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇର ବିକ୍ରମ ସେନ ରାଉଳ। ତେବେ ସେ ପ୍ରାୟ ନଅ ଲକ୍ଷ ଟଙ୍କା ହଡପ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି।