Odisha Link
Bridging the Missing Links in Odisha

ବଲିଉଡ ଷ୍ଟାରଙ୍କ ଫଟୋ ଲଗାଇ କରୁଥିଲେ ଠକେଇ, ଠକ ସଂସ୍ଥାକୁ ଠାବ କଲା ଇଓଡବ୍ଲୁ

ଠକାମୀ ଠାବ ସହ ସଂସ୍ଥାର ୧.୨୨ କୋଟି ଜମା ଫ୍ରିଜ୍ କଲା ଇଓଡବ୍ଲୁ।

ଓଏଲ୍‌ ବ୍ୟୁରୋ: ଆଜିକାଲି ବିଭିନ୍ନ ଉପାୟ ଅବଲମ୍ବନ କରି ଠକ ମାନେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ବ୍ୟାଙ୍କ ସାମ୍ନାରୁ ମାରଣାସ୍ତ୍ର ଦେଖାଇ ତ କେତେବେଳେ ମିଛ କହି। ତେବେ ଆଉ ଏକ ନୂଆ ଉପାୟ ଅବଲମ୍ବନ କରି ଠକେଇ ସଂସ୍ଥାର ସନ୍ଧାନ ଠାବ ହୋଇଛି। ବଲିଉଡ ଷ୍ଟାରଙ୍କ ଫଟୋ ଲଗାଇ ଲୋକଙ୍କଠାରୁ କୋଟି କୋଟି ତାଙ୍କ ଠକେଇ କରୁଥିଲେ।

ପ୍ଲେ ଷ୍ଟୋର୍ ଆପ୍ ଜରିଆରେ ଠକୁଥିବା ସଂସ୍ଥାକୁ ଠାବ କଲା ଇଓଡବ୍ଲୁ। ବଲିଉଡ ଷ୍ଟାର ଅକ୍ଷୟ କୁମାର, ମନୀଷ ପଲ୍ ଫଟୋ ଲଗାଇ ଠକୁଥିଲେ। ଲୋକଙ୍କଠାରୁ ୧୦ ରୁ ୨୦ ହଜାର ଯାଏଁ ଆଦାୟ କରୁଥିଲା ସଂସ୍ଥା। ୧ ଲକ୍ଷରୁ ଅଧିକ ଲୋକ ଆପ୍ ଡାଉନଲୋଡ୍ କରି ଠକାମୀରେ ପଡ଼ିଥିଲେ। ଠକାମୀ ଠାବ ସହ ସଂସ୍ଥାର ୧.୨୨ କୋଟି ଜମା ଫ୍ରିଜ୍ କଲା ଇଓଡବ୍ଲୁ।

Leave A Reply

Your email address will not be published.