Odisha Link
Bridging the Missing Links in Odisha

ବିଜେପିରେ ଯୋଗଦାନ କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରସିପି ସିଂ

ଏହି କ୍ରମରେ ଆରସିପି ସିଂ ଜେଡିୟୁ ଓ ନୀତିଶଙ୍କ ନିକଟତରଙ୍କ ବିରୋଧରେ ବାରମ୍ବାର ବୟାନ ଦେଇଥିଲେ।

ଓଏଲ୍‌ ବ୍ୟୁରୋ: ବିଜେପିରେ ଯୋଗ ଦେଲେ ଆଉ ଜଣେ ପୂର୍ବତନ କେନ୍ଦ୍ରମନ୍ତ୍ରୀ। ଜେଡିୟୁରୁ ଇସ୍ତଫା ଦେଇ ନୀତିଶ କୁମାର ଓ ଜେଡିୟୁ ବିରୋଧରେ ମୋର୍ଚ୍ଚା ଖୋଲିଥିବା ଆରସିପି ସିଂ ଗୁରୁବାର ଦିନ ବିଜେପିରେ ଯୋଗ ଦେଇଛନ୍ତି। ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ସେ ଦଳର ପ୍ରାଥମିକ ସଦସ୍ୟତା ନେଇଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରସିପି ସିଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି। ଏହି ସଭାରେ ବିଜେପିର ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂ ମଧ୍ୟ ସାମିଲ ଥିଲେ।

ଆଗାମୀ ନିର୍ବାଚନକୁ ନଜରରେ ରଖି ବିଭିନ୍ନ ରାଜନୈତିକ ନିଜର ରଣନୀତି ପ୍ରସ୍ତୁତି କରିବାରେ ଲାଗିଛନ୍ତି। ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂଙ୍କୁ ନେଇ ଜେଡିୟୁ ଓ ଆରସିପି ସିଂଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଗତବର୍ଷ ଅଗଷ୍ଟ ମାସରେ ବିହାରରେ କ୍ଷମତା ପରିବର୍ତ୍ତନ ହେବା ପରେ ନୀତିଶ କୁମାର ବିଜେପି ମେଣ୍ଟରୁ ବାହାରି ଯାଇଥିଲେ। ସେତେବେଳେ ଆରସିପି ସିଂ ଏନଡିଏ ମେଣ୍ଟରେ କେନ୍ଦ୍ରମନ୍ତ୍ରୀ ଥିଲେ। ହେଲେ ବିହାରରେ ଜେଡିୟୁ ଓ ବିଜେପି ମେଣ୍ଟ ଭାଙ୍ଗିବା ପରେ ଆରସିପି ସିଂ ଓ ବିଜେପି ମଧ୍ୟରେ ସଂପର୍କ ଘନିଷ୍ଠ ହୋଇଥିଲା। ଏହି କ୍ରମରେ ଆରସିପି ସିଂ ଜେଡିୟୁ ଓ ନୀତିଶଙ୍କ ନିକଟତରଙ୍କ ବିରୋଧରେ ବାରମ୍ବାର ବୟାନ ଦେଇଥିଲେ। ତେବେ ଆରସିପି ସିଂ ବିଜେପିରେ ଯୋଗ ଦେବା ପରେ ନୀତିଶଙ୍କୁ ଆଗାମୀ ନିର୍ବାଚନରେ ହରାଇବା ପାଇଁ ରଣନୀତି ପ୍ରସ୍ତୁତ ରଖିବେ ବୋଲିଉ ଚର୍ଚ୍ଚା ଧରିଛି।

Leave A Reply

Your email address will not be published.