Odisha Link
Bridging the Missing Links in Odisha

ଅଲୋଡ଼ା ହେଲା ଶିଶୁକନ୍ୟା! ନାଳରୁ ମିଳିଲା ନବଜାତର ମୃତଦେହ

ନିମାପଡ଼ା ଥାନା ଇନ୍ଦୋଳ ଗାଁ ନାଳରୁ ମୃତଦେହ ଉଦ୍ଧାର କରାଯାଇଛି।

ଓଏଲ୍‌ ବ୍ୟୁରୋ: ଆଜି ବି ଅବହେଳିତ ଶିଶୁକନ୍ୟା! ଆଜି ବି ଏ ଦୁନିଆଁ କଣ କନ୍ୟାକୁ ବୋଝ ବୋଲି ଭାବୁଛି। ସରକାରଙ୍କ ଯୋଜନା ପରେ ବି କାହିଁକି ଶିଶୁକନ୍ୟା ଜନ୍ମ ହେଲେ ବାପା ମା’ଙ୍କ ମନରେ ଦୁଃଖ ଆସିଯାଉଛି। ତେବେ ଏଭଳି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି, ଯାହା ଅତ୍ୟନ୍ତ ହୃଦୟବିଦାରକ। ଏକ ନାଳରୁ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି। ନିମାପଡ଼ା ଥାନା ଇନ୍ଦୋଳ ଗାଁ ନାଳରୁ ମୃତଦେହ ଉଦ୍ଧାର କରାଯାଇଛି। ଶିଶୁର ମୃତ୍ୟୁ କିପରି ଓ ସେଠାରେ ତାକୁ କିଏ ପକାଇଲା ଏପର୍ଯ୍ୟନ୍ତ ଜଣାପଡ଼ିନି। ତେବେ ଏନେଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Leave A Reply

Your email address will not be published.