Odisha Link
Bridging the Missing Links in Odisha

ଚର୍ଚ୍ଚାରେ ଭାରତୀୟ ଫିଲ୍ମ ‘ଦ କେରଳ ଷ୍ଟୋରୀ’, ରିଲିଜ ହେବ ୩୭ଟି ଦେଶରେ

ଆସନ୍ତାକାଲି ଠାରୁ ଏହା ଆନ୍ତର୍ଜାତୀୟ ସ୍ତରରେ ରିଲିଜ ହେବ ବୋଲି ଅଦା ଶର୍ମା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।

ଓଏଲ୍‌ ବ୍ୟୁରୋ: ନିକଟରେ ପ୍ରେକ୍ଷାଳୟରେ ରିଲିଜ୍‌ ହୋଇଥିବା ବଲିଉଡ ଫିଲ୍ମ ‘ଦ କେରଳ ଷ୍ଟୋରୀ’କୁ ନେଇ ଚର୍ଚ୍ଚା। ଗୋଟିଏ ପଟେ ଚଳଚ୍ଚିତ୍ରଟି ବକ୍ସ ଅଫିସରେ କମାଲ କରୁଥିବା ବେଳେ ଅନ୍ୟପଟେ ବିବାଦରେ ଛନ୍ଦି ହୋଇ ଅଧିକ ଚର୍ଚ୍ଚାରେ ରହିଛି ‘ଦ କେରଳ ଷ୍ଟୋରୀ’। ‘ଦ କେରଳ ଷ୍ଟୋରୀ’ ରିଲିଜ ହେବା ପରେ ଏହାର କଣ୍ଟେଣ୍ଟକୁ ନେଇ ବିବାଦ ଥମିବାର ନାଁ ନେଉନି। ଅନେକ ଏହାକୁ ସମର୍ଥନ ଜଣାଉଥିବାବେଳେ ଅନେକ ଘୋର ବିରୋଧ କରୁଛନ୍ତି। ଏସବୁ ବାଦବିବାଦ ଭିତରେ ମଧ୍ୟ ଲିଡ୍ ରୋଲରେ ଥିବା ଅଭିନେତ୍ରୀ ଅଦା ଶର୍ମା ଏକ ଖୁସିଖବର ଶୁଣାଇଛନ୍ତି। ଚଳଚ୍ଚିତ୍ର ୩୭ଟି ଦେଶରେ ସ୍କ୍ରିନିଂ କରାଯିବ। ଆସନ୍ତାକାଲି ଠାରୁ ଏହା ଆନ୍ତର୍ଜାତୀୟ ସ୍ତରରେ ରିଲିଜ ହେବ ବୋଲି ଅଦା ଶର୍ମା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।

ଖବର ଅନୁସାରେ, ମଧ୍ୟପ୍ରଦେଶରେ ‘ଦ କେରଳ ଷ୍ଟୋରୀ’ ଚଳଚ୍ଚିତ୍ରକୁ କରମୁକ୍ତ ଘୋଷଣା କରିଥିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ। ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ‘ଦ କେରଳ ଷ୍ଟୋରୀ’ ଫିଲ୍ମକୁ କରମୁକ୍ତ ଘୋଷଣା କରିଥିଲେ। ଏସବୁ ମଧ୍ୟରେ ପଶ୍ଚିମବଙ୍ଗରେ ବ୍ୟାନ୍‌ ହୋଇଛି ‘ଦ କେରଳ ଷ୍ଟୋରୀ’। ବିବାଦ ଭିତରେ ଫିଲ୍ମ ‘ଦ କେରଳ ଷ୍ଟୋରୀ’ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି। ଏହାକୁ ଦର୍ଶକଙ୍କ ଭରପୁର ସମର୍ଥନ ମିଳୁଛି। ଏଥିରେ ଶାଲିନୀ ଉନ୍ନିକୃଷ୍ଣନଙ୍କ ଭୂମିକାରେ ଥିବା ଅଦା ଶର୍ମା ନିଜର ଖୁସି ବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.