Odisha Link
Bridging the Missing Links in Odisha

ଦିଲ୍ଲୀ ସରକାରଙ୍କ ହାତରେ ସରକାରୀ ଅଧିକାରୀଙ୍କ ପୋଷ୍ଟିଂ ଓ ବଦଳି ଅଧିକାର ଦେଲେ ସୁପ୍ରିମକୋର୍ଟ

ଏହି ଆବେଦନ ଉପରେ ଆଜି ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ଶୁଣାଣି କରୁଛନ୍ତି।

ଓଏଲ୍‌ ବ୍ୟୁରୋ: ସୁପ୍ରିମକୋର୍ଟରେ ଦିଲ୍ଲୀ ସରକାରଙ୍କ ସପକ୍ଷରେ ଏକ ଶୁଣାଣି ହୋଇଥିବା ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ସରକାରଙ୍କୁ ସରକାରୀ ଅଧିକାରୀଙ୍କ ପୋଷ୍ଟିଂ ଓ ବଦଳି ଅଧିକାର ଦେଲେ ସର୍ବୋଚ୍ଚ କୋର୍ଟ। ନିର୍ବାଚିତ ସରକାରକୁ ଅଧିକାର ମିଳିବା ଦରକାର ବୋଲି ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ କହିଛନ୍ତି। ଦିଲ୍ଲୀ ସରକାର ଓ ଉପ ରାଜ୍ୟପାଳଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଏବେ ସୁପ୍ରିମକୋର୍ଟରେ ରହିଛି। ଦିଲ୍ଲୀରେ ପ୍ରଶାନସନିକ ଅଧିକାରୀଙ୍କ ବଦଳି ଓ ପୋଷ୍ଟିଂ ଅଧିକାର ଦାବି କରି ଦିଲ୍ଲୀ ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହି ଆବେଦନ ଉପରେ ଆଜି ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ଶୁଣାଣି କରୁଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ ମଧ୍ୟ ଏହି ଖଣ୍ଡପୀଠରେ ସାମିଲ ଅଛନ୍ତି।

କେନ୍ଦ୍ରର ଦଖଲରେ ରାଜ୍ୟର କାର୍ଯ୍ୟ ପ୍ରଭାବିତ ହେଉଛି। ଅଧିକାରୀଙ୍କ ଉପରେ ରାଜ୍ୟର ନିୟନ୍ତ୍ରଣ ନରହିବା ଭୁଲ। ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ନରହିଲେ, ଅଧିକାରୀ ଅମାନିଆ ହେବେ ବୋଲି ଖଣ୍ଡପୀଠ କହିଛନ୍ତି। ଅନ୍ୟ କେନ୍ଦ୍ର ଶାସିତ ଅଞ୍ଚଳଠାରୁ ଦିଲ୍ଲୀ ଅଲଗା ବୋଲି ଖଣ୍ଡପୀଠ କହିଛନ୍ତି। ସାମ୍ବିଧାନିକ ଖଣ୍ଡପୀଠ ରାୟ ଦିଲ୍ଲୀ ସରକାରଙ୍କ ପକ୍ଷରେ ଶୁଣାଇଛନ୍ତି। କୋର୍ଟ କହିଛନ୍ତି କି ଦିଲ୍ଲୀରେ ଅଫିସରମାନଙ୍କର ପୋଷ୍ଟିଂ ଓ ଟ୍ରାନ୍ସଫର ଅଧିକାର ଦିଲ୍ଲୀ ସରକାରଙ୍କ ପାଖରେ ରହିବ। ହେଲେ ପୁଲିସ, ପବ୍ଲିକ ଅର୍ଡର ଓ ଜମିଜମା ସମ୍ବନ୍ଧୀୟ ଶକ୍ତି କେନ୍ଦ୍ର ସରକାରଙ୍କ ପାଖରେ ରହିବ।

Leave A Reply

Your email address will not be published.