Odisha Link
Bridging the Missing Links in Odisha

ପୁଣି ଅସହ୍ୟ ହେଲାଣି ତାତି, ରାଜ୍ୟରେ ଆହୁରି ବଢିପାରେ ତାପମାତ୍ରା

ତାତି ବଢ଼ିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଦେଇଛି।

ଓଏଲ୍‌ ବ୍ୟୁରୋ: ବଢ଼ିବାରେ ଲାଗିଛି ତାପମାତ୍ରା। ପୁଣି ଅସହ୍ୟ ହେଲାଣି ତାତି। ଆହୁରି ମଧ୍ୟ ଅତ୍ୟଧିକ ତାତି ଅନୁଭୂତ ହେବ ବୋଲି ସୂଚନା ମିଳିଛି। ୨ରୁ ୩ ଡିଗ୍ରୀ ଯାଏ ବଢ଼ିବ ଦିନ ତାପମାତ୍ରା। କିଛି ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ରହିବ ପାରଦ। ୪ରୁ ୫ ଦିନ ପାଇଁ ପାରଦ ଉପରମୁହାଁ ରହିବ। ତାତି ବଢ଼ିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଦେଇଛି।

ରାଜ୍ୟରେ ଆଜି ୧୧ଟା ୩୦ ସୁଦ୍ଧା ୪୦.୨ ଡିଗ୍ରୀ ସହ ସମ୍ବଲପୁର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ ଗଣନା ହୋଇଛି। ସେହିଭଳି ଝାରସୁଗୁଡାରେ ୪୦.୦ଡିଗ୍ରୀ, ହୀରାକୁଦରେ ୩୯.୦ଡିଗ୍ରୀ, କେନ୍ଦୁଝରରେ ୩୬.୨ଡିଗ୍ରୀ, ଚାନ୍ଦବାଲିରେ ୩୬ଡିଗ୍ରୀ, ରାଜଧାନୀ ଭୁବନେଶ୍ୱରରେ ୩୫.୪ଡିଗ୍ରୀ, ବାଲେଶ୍ୱରରେ ୩୪.୪ଡିଗ୍ରୀ ଓ ଗୋପାଳପୁରରେ ୩୩.୪ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Leave A Reply

Your email address will not be published.