Odisha Link
Bridging the Missing Links in Odisha

ଝାରସୁଗୁଡା ଉପ-ନିର୍ବାଚନ: ସୋସିଆଲ ମିଡିଆରେ ଦୀପାଳିଙ୍କୁ ଆଗୁଆ ଶୁଭେଚ୍ଛା ଜଣାଇଲେ ପ୍ରଶଂସକ

ସୋସିଆଲ ମିଡିଆରେ ଦୀପାଳି ଦାସଙ୍କ ବିଜୟ ଆଶାରେ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି ଶୁଭେଚ୍ଛକ।

ଓଏଲ୍‌ ବ୍ୟୁରୋ: ଝାରସୁଗୁଡା ଉପ-ନିର୍ବାଚନ ପାଇଁ ସରିଛି ଭୋଟଗ୍ରହଣ। କିଏ ଜିତିବ, କିଏ ହାରିବ ତାହାର ଚାଲିଛି ଅଙ୍କକଷା। ଭୋଟ ବାକ୍ସରେ ରହିଛି ଝାରସୁଗୁଡ଼ାବାସୀଙ୍କ ମନ ପସନ୍ଦର ନେତାଙ୍କ ବିଜୟର ନାମ। ଝାରସୁଗୁଡାରେ ତ୍ରିମୁଖୀ ଲଢେଇ ହୋଇଥିବା କୁହାଯାଉଥିବା ବେଳେ ଶାସକଦଳର ପ୍ରାର୍ଥୀ ଦୀପାଳି ଦାସଙ୍କ ବିପୁଳ ପରିମାଣ ଭୋଟରେ ବିଜୟ ହେବା କଥାକୁ ନେଇ ଚର୍ଚ୍ଚା। ଅନ୍ୟପଟେ, ସୋସିଆଲ ମିଡିଆରେ ଦୀପାଳି ଦାସଙ୍କ ବିଜୟ ଆଶାରେ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି ଶୁଭେଚ୍ଛକ।

ଝାରସୁଗୁଡା ଉପ-ନିର୍ବାଚନରେ ବିଜେଡି ବିପୁଳ ଭୋଟରେ ବିଜୟ ହାସଲ କରିବ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ଉପ-ସଭାପତି ଦେବୀ ମିଶ୍ର। ଉପ-ନିର୍ବାଚନର ଫଳାଫଳକୁ ନେଇ ଦେବୀ କହିଛନ୍ତି, ଅଧିକ ଭୋଟିଂ ଆମ ପାଇଁ ସହାୟକ ହେବ। ଜନାଦେଶ ବିଜେଡି ସପକ୍ଷରେ ଯିବ। ଦୀପାଳି ଦାସଙ୍କୁ ଲୋକେ ଆର୍ଶୀବାଦ ଦେଇଛନ୍ତି ସେ ହିଁ ବିଜୟ ହାସଲ କରିବେ। ୨୦୧୯ର ମାର୍ଜିନି କମିବ ନା ବଢିବ ପ୍ରଶ୍ନରେ ଦେବୀ ମିଶ୍ର କହିଛନ୍ତି କମିବା ବଢିବା ସାଙ୍ଗରେ କିଛି ନାହିଁ। ଉଣା ଅଧିକେ ୧୦ କି ୨୦ ପ୍ରତିଶତ ଯଦି ଏପଟ ସେପଟ ହୁଏ ସେଇଟାକୁ ଧରାଯାଏ ନାହିଁ। କିଛି ଫରକ ନାହିଁ। ୩୦ ହଜାରରୁ ଅଧିକ ମାର୍ଜିନି ହେଲେ ବି ତାହା ବିପୁଳ ବିଜୟ ବୋଲି ଦେବୀ ମିଶ୍ର କହିଛନ୍ତି।

Leave A Reply

Your email address will not be published.