Odisha Link
Bridging the Missing Links in Odisha

ଆଜି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ, ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ

୫ ହଜାର ୮୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ବୈଜ୍ଞାନିକ ଏବଂ ବୈଷୟିକ ପ୍ରଗତି ସହ ଜଡିତ ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ।

ଓଏଲ୍‌ ବ୍ୟୁରୋ: ଆଜି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ। ଏହି ଦିବସ ପାଳନକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୧୯୯୯ ମସିହାରେ ଭାରତୀୟ ବୈଜ୍ଞାନିକ, ଇଞ୍ଜିନିୟର୍ ଏବଂ ଟେକ୍ନୋଲୋଜିଷ୍ଟଙ୍କ ସମ୍ମାନାର୍ଥେ ଆରମ୍ଭ କରିଥିଲେ। ଆଜି ଏହି ଦିବସକୁ ପ୍ରଗତି ମଇଦାନରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମେ ୧୪ ତାରିଖ ଯାଏ ଆୟୋଜିତ ହେବ ଏହି କାର୍ଯ୍ୟକ୍ରମ। ୫ ହଜାର ୮୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ବୈଜ୍ଞାନିକ ଏବଂ ବୈଷୟିକ ପ୍ରଗତି ସହ ଜଡିତ ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ।

ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ପାଳନକୁ ଯେଉଁମାନେ ଭାରତର ବୈଜ୍ଞାନିକ ଏବଂ ବୈଷୟିକ ପ୍ରଗତି ପାଇଁ କାର୍ଯ୍ୟ କରିଥିଲେ ଏବଂ ମଇ ୧୯୯୮ ରେ ପୋଖରାନ୍ ପରୀକ୍ଷଣର ସଫଳତାକୁ ସୁନିଶ୍ଚିତ କରିଥିଲେ ସେମାନଙ୍କ ସମ୍ମାନାର୍ଥେ ଆରମ୍ଭ କରିଥିଲେ। ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ପ୍ରତିବର୍ଷ ମଇ ୧୧ ତାରିଖରେ ପାଳନ କରାଯାଏ। ଏହା ପ୍ରତିବର୍ଷ ଏକ ନୂତନ ଏବଂ ଭିନ୍ନ ବିଷୟବସ୍ତୁ ସହିତ ପାଳନ କରାଯାଏ। ଏହି ବର୍ଷର ବିଷୟବସ୍ତୁ ହେଉଛି, ସ୍କୁଲ ଟୁ ଷ୍ଟାର୍ଟଅପ୍‌- ଇଗ୍ନିଟିଙ୍ଗ୍‍ ୟଙ୍ଗ୍ ମାଇଣ୍ଡସ୍ ଟୁ ଇନୋଭେଟ। ମଇ ୧୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସର ୨୫ ତମ ବର୍ଷ ପାଳନ ଉତ୍ସବକୁ ମଧ୍ୟ ଦର୍ଶାଇବ।

Leave A Reply

Your email address will not be published.