Odisha Link
Bridging the Missing Links in Odisha

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ୨ ଜୀବନ

ଏଭଳି ଦୁଖଦଃ ଘଟଣା ପରେ ମୃତକଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି।

ଓଏଲ୍‌ ବ୍ୟୁରୋ: ଯାଜପୁରରେ ଘଟିଥିବା ଏକ ଦୁଖଦଃ ଖବର ସାମ୍ନାକୁ ଆସିଛି। ବିଦ୍ୟୁତ ତାର ଲାଗି ପ୍ରଧାନଶିକ୍ଷୟିତ୍ରୀଙ୍କ ମୃତ୍ୟୁ ହୋଇଛି। ଘରେ ଲୁଗା ଶୁଖାଇବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଛି। ଟମକା ଥାନା ଜନିନ୍ଦାପାଳ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିବା ପ୍ରଧାନଶିକ୍ଷୟିତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି। ଏଭଳି ଦୁଖଦଃ ଘଟଣା ପରେ ମୃତକଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି।