Odisha Link
Bridging the Missing Links in Odisha

ପ୍ରକାଶ ପାଇଲା ସିବିଏସଇ ପରୀକ୍ଷା ଫଳ, ଅନଲାଇନରେ ଉପଲବ୍ଧ ହେଲା ଦ୍ୱାଦଶ ରେଜଲ୍ଟ

ବର୍ତମାନ ଅନଲାଇନରେ ପ୍ରକାଶ ପାଇଛି ଦ୍ୱାଦଶ ପରୀକ୍ଷା ଫଳ।

ଓଏଲ୍‌ ବ୍ୟୁରୋ: ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ। ଆଜି ଗୋଟିଏ ଦିନରେ ସିବିଏସଇ ଦଶମ ଓ ଦ୍ୱାଦଶ ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ରହିଥିଲା। ସକାଳ ୧୦ଟାରେ ଦଶମ ଓ ଦିନ ୧୨ଟାରେ +୨ ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ମିଳିଥିଲା। ବର୍ତମାନ ଅନଲାଇନରେ ପ୍ରକାଶ ପାଇଛି ଦ୍ୱାଦଶ ପରୀକ୍ଷା ଫଳ। cbseresults.nic.in ରେ ପ୍ରକାଶ ପାଇଛି ରେଜଲ୍ଟ। ମୋଟ ପାସ୍ ହାର ରହିଛି ୮୭.୩୩ ପ୍ରତିଶତ। ଗତ ଥର ପାସ୍ ହାର ୯୨.୭୧%, ଏଥର ପାସ୍ ହାର ୮୭.୩୩%। ଗତ ଥର ଅପେକ୍ଷା ଏଥର ପାସ୍ ହାର କମ୍।

ଉମଙ୍ଗ ଆପ୍ ଓ ଡିଜି ଲକର୍‌ରେ ବି ବାହାରିବ ଦଶମ ଓ ଦ୍ୱାଦଶ ରେଜଲ୍ଟ। ସିବିଏସଇ ଦଶମ ପରୀକ୍ଷା ଦେଇଛନ୍ତି ୩୮,୮୩,୭୧୦ ଛାତ୍ର ଛାତ୍ରୀ ଓ ଦ୍ବାଦଶ ପରୀକ୍ଷା ଦେଇଛନ୍ତି ୧୬,୯୬,୭୭୦ ଛାତ୍ରଛାତ୍ରୀ। ତେବେ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ସିବିଏସଇ ୱେବସାଇଟରେ ଉପଲବ୍ଧ ହେବାକୁ ଥିବାବେଳେ ଦ୍ୱାଦଶ ପରୀକ୍ଷା ଫଳ ଉପଲବ୍ଧ ହୋଇଛି।

Leave A Reply

Your email address will not be published.