Odisha Link
Bridging the Missing Links in Odisha

ଝାରସୁଗୁଡା ଉପ-ନିର୍ବାଚନ: କାଲି ସକାଳ ୮ଟାରୁ ଗଣତି ଆରମ୍ଭ, ଇଭିଏମରେ ରହିଛି ଜନାଦେଶ

୮ ଟା ୩୦ ମିନିଟରେ ଇଭିଏମ ଗଣତି ଆରମ୍ଭ ହେବ।

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ଆସିବ ଝାରସୁଗୁଡ଼ା ଉପନିର୍ବାଚନର ଫଳାଫଳ। ଝାରସୁଗୁଡା ଉପ-ନିର୍ବାଚନ ପାଇଁ ମେ’ ୧୦ରେ ସରିଛି ଭୋଟଗ୍ରହଣ। କିଏ ଜିତିବ, କିଏ ହାରିବ ତାହାର ଚାଲିଛି ଅଙ୍କକଷା। ଭୋଟ ବାକ୍ସରେ ରହିଛି ଝାରସୁଗୁଡ଼ାବାସୀଙ୍କ ମନ ପସନ୍ଦର ନେତାଙ୍କ ବିଜୟର ନାମ। ଷ୍ଟ୍ରଙ୍ଗରୁମରେ ସିଲ ହୋଇରହିଛି ଇଭିଏମ। ଇଭିଏମ୍ ଖୋଲିବା ପରେ ଜଣାପଡ଼ିବ କାହାକୁ ମିଳିଛି ଜନାଦେଶ। ଆସନ୍ତାକାଲି ସକାଳ ୮ରୁ ଝାରସୁଗୁଡା ଉପ-ନିର୍ବାଚନ ଫଳାଫଳର ଗଣତି। ପ୍ରଶାସନ ପକ୍ଷରୁ ଗଣତି ନେଇ ପ୍ରସ୍ତୁତି ଶେଷ। ପ୍ରଥମେ ପୋଷ୍ଟାଲ ବାଲାଟ ଭୋଟ ଗଣତି ହେବ। ୮ ଟା ୩୦ ମିନିଟରେ ଇଭିଏମ ଗଣତି ଆରମ୍ଭ ହେବ।

ଝାରସୁଗୁଡାରେ ତ୍ରିମୁଖୀ ଲଢେଇ ହୋଇଥିବା କୁହାଯାଉଥିବା ବେଳେ ଶାସକଦଳର ପ୍ରାର୍ଥୀ ଦୀପାଳି ଦାସଙ୍କ ବିପୁଳ ପରିମାଣ ଭୋଟରେ ବିଜୟ ହେବା କଥାକୁ ନେଇ ଚର୍ଚ୍ଚା। ଅନ୍ୟପଟେ, ସୋସିଆଲ ମିଡିଆରେ ଦୀପାଳି ଦାସଙ୍କ ବିଜୟ ଆଶାରେ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି ଶୁଭେଚ୍ଛକ। ପ୍ରଥମଥର ପାଇଁ ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥରେ ହେବ ଓ୍ବେବକାଷ୍ଟିଂ କରାଯାଇଥିଲା। ଚଳିତଥର ଝାରସୁଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ ୨ ଲକ୍ଷ ୨୧ ହଜାର ୭୦ ଜଣ ଭୋଟର ଥିବାବେଳେ ଏଥିରେ ୧ ଲକ୍ଷ ୧୦ ହଜାର ୩୨୦ ଜଣ ପୁରୁଷ, ୧ ଲକ୍ଷ ୧୦ ହଜାର ୬୮୭ ଜଣ ମହିଳା ଓ ୬୩ ଜଣ କିନ୍ନର ଭୋଟର ରହିଛନ୍ତି। ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗ୍ରହଣ ପାଇଁ ମୋଟ ୨୫୩ଟି ବୁଥ୍ କରାଯାଇଥିଲା। ତେବେ ଆସନ୍ତାକାଲି ଏହି ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।

Leave A Reply

Your email address will not be published.