Odisha Link
Bridging the Missing Links in Odisha

ଝାରସୁଗୁଡା ଉପ-ନିର୍ବାଚନ: ବାଜି ମାରିଲେ ଦୀପାଳି, ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ

୪୮ ହଜାର ୬୧୯ ଖଣ୍ଡ ଭୋଟ ବ୍ୟବଧାନରେ ଜିତିଲା ବିଜେଡି।

ଓଏଲ୍‌ ବ୍ୟୁରୋ: ଝାରସୁଗୁଡ଼ା ନିର୍ବାଚନ ପାଇଁ ଶେଷ ହେଲା ଭୋଟ୍ ଗଣତି। ପ୍ରଥମ ରାଉଣ୍ଡରୁ ବିଜେଡି ଆଗୁଆ ରହିଥିବାବେଳେ ଶେଷ ରାଉଣ୍ଡରେ ବିଜୟ ମୁକୁଟ ପିନ୍ଧିଛନ୍ତି ଦୀପାଳି। ପ୍ରଥମ ରାଉଣ୍ଡର ଗଣତିରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ୨୭୦୬ ଭୋଟରେ ଆଗୁଆ ରହିଥିଲେ। ପ୍ରଥମ ରାଉଣ୍ଡରେ ବିଜେଡିକୁ ୫୯୪୪ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ମିଳିଥିଲା ୩୨୩୮ଟି ଭୋଟ୍। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ପ୍ରଥମ ରାଉଣ୍ଡରେ ମାତ୍ର ୧୨୩ ଖଣ୍ଡ ଭୋଟ ମିଳିଥିଲା।

ଖବର ଅନୁସାରେ, ଝାରସୁଗୁଡ଼ା ନିର୍ବାଚନ ଦ୍ଵିତୀୟ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ୫୩୧୨, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ୩୫୦୮, କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ୧୪୦ ଖଣ୍ଡ ଭୋଟ ମିଳିଛି। ତୃତୀୟ ରାଉଣ୍ଡରେ ମଧ୍ୟ ବିଜେଡି ପ୍ରାର୍ଥୀ ଆଗରେ ଥିବାବେଳେ ୬୨୮୭ ଖଣ୍ଡ ପାଇଛନ୍ତି ଦୀପାଳି। ବିଜେପି ୩୧୬୪ ଓ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ୨୫୮ ଖଣ୍ଡ ଭୋଟ ପାଇଛନ୍ତି। ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ୧୦ ହଜାରରୁ ଅଧିକ ଭୋଟରେ ଦୀପାଳି ଦାସ ଆଗରେ ଥିବାବେଳେ ପଞ୍ଚମ ରାଉଣ୍ଡରେ ମଧ୍ୟ ଆଗରେ ରହିଛନ୍ତି ବିଜେଡି ପ୍ରାର୍ଥୀ। ପଞ୍ଚମ ରାଉଣ୍ଡରେ ବିଜେଡି ୬୪୩୫, ବିଜେପି ୩୦୬୮, କଂଗ୍ରେସ ୩୩୮ ଖଣ୍ଡ ଭୋଟ ହାତେଇଛି। ଷଷ୍ଠ ରାଉଣ୍ଡରେ ମଧ୍ୟ ବିଜେଡି ଆଗରେ ରହିଛି।

ସେହିଭଳି ସପ୍ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୧୮ ହଜାର ୨୪୬ ଖଣ୍ଡ ଭୋଟରେ ବିଜେଡି ଆଗୁଆ। ସପ୍ତମ ରାଉଣ୍ଡରେ ବିଜେଡି ୪ ହଜାର ୬୧୧ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପାଇଛି ୨ ହଜାର ୧୧୬ ଖଣ୍ଡ ଭୋଟ୍‌ । ସେହିପରି କଂଗ୍ରେସ ଖାତାକୁ ଯାଇଛି ମାତ୍ର ୪୨୦ ଖଣ୍ଡ ଭୋଟ୍‌। ଅଷ୍ଟମ ରାଉଣ୍ଡରେ ବିଜେଡି ଆଗୁଆ। ଅଷ୍ଟମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୨୧ ହଜାର ୬୬୬ ଖଣ୍ଡ ଭୋଟରେ ଆଗୁଆ। ନବମ ରାଉଣ୍ଡରେ ମଧ୍ୟ ବିଜେଡି ଆଗୁଆ।

ନବମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୨୩ ହଜାର ୫୯୦ ଖଣ୍ଡ ଭୋଟରେ ଆଗୁଆ। ୧୦ମ ରାଉଣ୍ଡରେ ବି ବାଜି ମାରିଛନ୍ତି ଦୀପାଳି। ୧୧ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୨୮ ହଜାର ୧୭୦ ଖଣ୍ଡ ଭୋଟରେ ବିଜେଡି ଆଗୁଆ। ୧୧ ରାଉଣ୍ଡରେ ବିଜେଡି ୫ ହଜାର ୯୦୮ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପାଇଛି ୩ ହଜାର ୨୨୨ ଖଣ୍ଡ ଭୋଟ୍‌। ସେହିପରି କଂଗ୍ରେସ ଖାତାକୁ ଯାଇଛି ମାତ୍ର ୧୪୨ ଖଣ୍ଡ ଭୋଟ୍‌।

୧୨ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୩୧ ହଜାର ୪୮୫ ଖଣ୍ଡ ଭୋଟରେ ବିଜେଡି ଆଗୁଆ। ୧୨ ରାଉଣ୍ଡରେ ବିଜେଡି ୭ ହଜାର ୫୬୩ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପାଇଛି ୪ ହଜାର ୨୪୮ ଖଣ୍ଡ ଭୋଟ୍‌। ସେହିପରି କଂଗ୍ରେସ ଖାତାକୁ ଯାଇଛି ମାତ୍ର ୨୬୧ ଖଣ୍ଡ ଭୋଟ୍‌। ୧୩ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୩୪ ହଜାର ୨୯୫ ଖଣ୍ଡ ଭୋଟରେ ବିଜେଡି ଆଗୁଆ। ୧୩ ରାଉଣ୍ଡରେ ବିଜେଡି ୫ ହଜାର ୮୬୩ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପାଇଛି ୩ ହଜାର ୦୫୩ ଖଣ୍ଡ ଭୋଟ୍‌। ସେହିପରି କଂଗ୍ରେସ ଖାତାକୁ ଯାଇଛି ମାତ୍ର ୧୯୫ ଖଣ୍ଡ ଭୋଟ୍‌।

୧୪ ରାଉଣ୍ଡରେ ମଧ୍ୟ ବିଜେଡି ନିଜର ଟ୍ରେଣ୍ଡ ଜାରି ରଖିଛି। ସେହିଭଳି ୧୫ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୪୦ ହଜାର ୧୨୫ ଖଣ୍ଡ ଭୋଟରେ ବିଜେଡି ଆଗୁଆ। ୧୫ ରାଉଣ୍ଡରେ ବିଜେଡି ୫ ହଜାର ୬୦୩ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପାଇଛି ୩ ହଜାର ୬୩୯ ଖଣ୍ଡ ଭୋଟ୍‌। ସେହିପରି କଂଗ୍ରେସ ଖାତାକୁ ଯାଇଛି ମାତ୍ର ୧୬୬ ଖଣ୍ଡ ଭୋଟ୍‌। ସେହିଭଳି ୧୬ ରାଉଣ୍ଡ ସୁଦ୍ଧା ବିଜେଡି ମଧ୍ୟ ଆଗୁଆ। ବିଜେଡିର ଦୀପାଳି ଦାସ ୪୨, ୩୯୫ ଭୋଟରେ ଆଗୁଆ। ଦ୍ବିତୀୟ ସ୍ଥାନରେ ବିଜେପି, ବହୁ ପଛରେ ରହିଛି କଂଗ୍ରେସ।

କ୍ରମାଗତ ଭାବେ ୧୭ ଓ ୧୮ ରାଉଣ୍ଡରେ ମଧ୍ୟ ବାଜି ମାରିଛନ୍ତି ଦୀପାଳି। ୧୮ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୪୮ ହଜାର ୪୫୯ ଖଣ୍ଡ ଭୋଟରେ ବିଜେଡି ଆଗୁଆ । ୧୮ ରାଉଣ୍ଡରେ ବିଜେଡି ୫ ହଜାର ୮୧୯ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପାଇଛି ୩ ହଜାର ୧୦୦ ଖଣ୍ଡ ଭୋଟ୍‌। ସେହିପରି କଂଗ୍ରେସ ଖାତାକୁ ଯାଇଛି ମାତ୍ର ୧୮୭ ଖଣ୍ଡ ଭୋଟ୍‌। ୧୯ ରାଉଣ୍ଡରେ ମଧ୍ୟ ଦୀପାଳି ନିଜର ଟ୍ରେଣ୍ଡ ରଖି ବାଜିମାତ କରିଛନ୍ତି। ୪୮ ହଜାର ୬୧୯ ଖଣ୍ଡ ଭୋଟ ବ୍ୟବଧାନରେ ଜିତିଲା ବିଜେଡି।

Leave A Reply

Your email address will not be published.