Odisha Link
Bridging the Missing Links in Odisha

ଝାରସୁଗୁଡ଼ା ଉପନିର୍ବାଚନ: ଜିତିଲେ ଦୀପାଳି ଦାସ

ଓଏଲ୍‌ ବ୍ୟୁରୋ: ପ୍ରକାଶ ପାଇଲା ଝାରସୁଗୁଡ଼ା ଉପନିର୍ବାଚନ ଫଳାଫଳ। ବିଜୁ ଜନତା ଦଳର ବଡ଼ ବିଜୟୀ। ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ପଛରେ ପକାଇ ଜିତିଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୪୮, ୬୧୯ ଭୋଟରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ବିଜୟୀ ହେଲେ।

ମୋଟ ୧୯ଟି ରାଉଣ୍ଡ ଗଣନା ହୋଇଥିବାବେଳେ ପ୍ରଥମ ରାଉଣ୍ଡରୁ ହିଁ ଦୀପାଳି ଦାସ ଅନ୍ୟ ପ୍ରାର୍ଥୀଙ୍କଠାରୁ ଆଗରେ ରହିଥିଲେ। ପ୍ରଥମ ରାଉଣ୍ଡର ଗଣତିରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ୨୭୦୬ ଭୋଟରେ ଆଗୁଆ ରହିଥିଲେ। ପ୍ରଥମ ରାଉଣ୍ଡରେ ବିଜେଡିକୁ ୫୯୪୪ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ମିଳିଥିଲା ୩୨୩୮ଟି ଭୋଟ୍। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ପ୍ରଥମ ରାଉଣ୍ଡରେ ମାତ୍ର ୧୨୩ ଖଣ୍ଡ ଭୋଟ ମିଳିଥିଲା।

ଝାରସୁଗୁଡ଼ା ନିର୍ବାଚନ ଦ୍ଵିତୀୟ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ୫୩୧୨, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ୩୫୦୮, କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ୧୪୦ ଖଣ୍ଡ ଭୋଟ ମିଳିଥିଲା। ତୃତୀୟ ରାଉଣ୍ଡରେ ମଧ୍ୟ ବିଜେଡି ପ୍ରାର୍ଥୀ ଆଗରେ ଥିବାବେଳେ ୬୨୮୭ ଖଣ୍ଡ ପାଇଥିଢ଼ଲେଦୀପାଳି। ବିଜେପି ୩୧୬୪ ଓ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ୨୫୮ ଖଣ୍ଡ ଭୋଟ ପାଇଥିଲେ।

ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ୧୦ ହଜାରରୁ ଅଧିକ ଭୋଟରେ ଦୀପାଳି ଦାସ ଆଗରେ ଥିବାବେଳେ ପଞ୍ଚମ ରାଉଣ୍ଡରେ ମଧ୍ୟ ଆଗରେ ରହିଛନ୍ତି ବିଜେଡି ପ୍ରାର୍ଥୀ। ପଞ୍ଚମ ରାଉଣ୍ଡରେ ବିଜେଡି ୬୪୩୫, ବିଜେପି ୩୦୬୮, କଂଗ୍ରେସ ୩୩୮ ଖଣ୍ଡ ଭୋଟ ହାତେଇଛି। ଷଷ୍ଠ ରାଉଣ୍ଡରେ ମଧ୍ୟ ବିଜେଡି ଆଗରେ ରହିଥିଲା।

ସେହିଭଳି ସପ୍ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୧୮ ହଜାର ୨୪୬ ଖଣ୍ଡ ଭୋଟରେ ବିଜେଡି ଆଗୁଆ। ସପ୍ତମ ରାଉଣ୍ଡରେ ବିଜେଡି ୪ ହଜାର ୬୧୧ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପାଇଛି ୨ ହଜାର ୧୧୬ ଖଣ୍ଡ ଭୋଟ୍‌ । ସେହିପରି କଂଗ୍ରେସ ଖାତାକୁ ଯାଇଛି ମାତ୍ର ୪୨୦ ଖଣ୍ଡ ଭୋଟ୍‌। ଅଷ୍ଟମ ରାଉଣ୍ଡରେ ବିଜେଡି ଆଗୁଆ । ଅଷ୍ଟମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୨୧ ହଜାର ୬୬୬ ଖଣ୍ଡ ଭୋଟରେ ଆଗୁଆ। ନବମ ରାଉଣ୍ଡରେ ମଧ୍ୟ ବିଜେଡି ଆଗୁଆ। ନବମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୨୩ ହଜାର ୫୯୦ ଖଣ୍ଡ ଭୋଟରେ ଆଗୁଆ।

୧୦ମ ରାଉଣ୍ଡରେ ବି ବାଜି ମାରିଛନ୍ତି ଦୀପାଳି। ୧୧ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୨୮ ହଜାର ୧୭୦ ଖଣ୍ଡ ଭୋଟରେ ବିଜେଡି ଆଗୁଆ। ୧୧ ରାଉଣ୍ଡରେ ବିଜେଡି ୫ ହଜାର ୯୦୮ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପାଇଛି ୩ ହଜାର ୨୨୨ ଖଣ୍ଡ ଭୋଟ୍‌। ସେହିପରି କଂଗ୍ରେସ ଖାତାକୁ ଯାଇଛି ମାତ୍ର ୧୪୨ ଖଣ୍ଡ ଭୋଟ୍‌।

୧୨ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୩୧ ହଜାର ୪୮୫ ଖଣ୍ଡ ଭୋଟରେ ବିଜେଡି ଆଗୁଆ। ୧୨ ରାଉଣ୍ଡରେ ବିଜେଡି ୭ ହଜାର ୫୬୩ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପାଇଛି ୪ ହଜାର ୨୪୮ ଖଣ୍ଡ ଭୋଟ୍‌। ସେହିପରି କଂଗ୍ରେସ ଖାତାକୁ ଯାଇଛି ମାତ୍ର ୨୬୧ ଖଣ୍ଡ ଭୋଟ୍‌। ୧୩ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୩୪ ହଜାର ୨୯୫ ଖଣ୍ଡ ଭୋଟରେ ବିଜେଡି ଆଗୁଆ। ୧୩ ରାଉଣ୍ଡରେ ବିଜେଡି ୫ ହଜାର ୮୬୩ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପାଇଛି ୩ ହଜାର ୦୫୩ ଖଣ୍ଡ ଭୋଟ୍‌। ସେହିପରି କଂଗ୍ରେସ ଖାତାକୁ ଯାଇଛି ମାତ୍ର ୧୯୫ ଖଣ୍ଡ ଭୋଟ୍‌।

୧୪ ରାଉଣ୍ଡରେ ମଧ୍ୟ ବିଜେଡି ନିଜର ଟ୍ରେଣ୍ଡ ଜାରି ରଖିଛି। ସେହିଭଳି ୧୫ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୪୦ ହଜାର ୧୨୫ ଖଣ୍ଡ ଭୋଟରେ ବିଜେଡି ଆଗୁଆ। ୧୫ ରାଉଣ୍ଡରେ ବିଜେଡି ୫ ହଜାର ୬୦୩ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପାଇଛି ୩ ହଜାର ୬୩୯ ଖଣ୍ଡ ଭୋଟ୍‌। ସେହିପରି କଂଗ୍ରେସ ଖାତାକୁ ଯାଇଛି ମାତ୍ର ୧୬୬ ଖଣ୍ଡ ଭୋଟ୍‌।

Leave A Reply

Your email address will not be published.