Odisha Link
Bridging the Missing Links in Odisha

ଯେଉଁ +୨ ଛାତ୍ରଛାତ୍ରୀ କ୍ୱାର୍ଟର ଏଣ୍ଡ ପରୀକ୍ଷା ଦେଇନାହାନ୍ତି, ଜାଣନ୍ତୁ କେଉଁ ଆଧାରରେ ମିଳିବ ମାର୍କ

ଯୁକ୍ତ ଦୁଇ ପରୀକ୍ଷାରେ କ୍ୱାର୍ଟର ଏଣ୍ଡ ମାର୍କ ମିଶି ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ଜାରି ହୋଇଛି।

ଓଏଲ୍‌ ବ୍ୟୁରୋ: ଯୁକ୍ତ ଦୁଇ ପରୀକ୍ଷା ଫଳକୁ ନେଇ ଦ୍ଵନ୍ଦ୍ୱ ଦୂର କଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଯୁକ୍ତ ଦୁଇ ପରୀକ୍ଷାରେ ମିଶିବ କ୍ୱାର୍ଟର ଏଣ୍ଡ ମାର୍କ। ୮୦ ପ୍ରତିଶତ ମାର୍କ ବାର୍ଷିକ ପରୀକ୍ଷାରୁ ଏବଂ ୨୦ ମାର୍କ କ୍ୱାର୍ଟର ଏଣ୍ଡ ପରୀକ୍ଷାରୁ ମିଶି ରେଜଲ୍ଟ ପ୍ରକାଶ ପାଇବ। ଯେଉଁମାନେ କ୍ୱାର୍ଟର ଏଣ୍ଡ ପରୀକ୍ଷା ଦେଇ ନଥିବେ ସେମାନଙ୍କୁ କେବଳ ବାର୍ଷିକ ପରୀକ୍ଷା ପ୍ରଦର୍ଶନ ଆଧାରରେ ମାର୍କ ମିଳିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସୂଚନା ଦିଆଯାଇଛି।

ଖବର ଅନୁସାରେ, ଯୁକ୍ତ ଦୁଇ ପରୀକ୍ଷା ଫଳ ମେ’ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ବୋଲି ସୂଚନା ମିଳିଥିବାବେଳେ ଏପର୍ଯ୍ୟନ୍ତ ତାରିଖ ଘୋଷଣା ହୋଇନାହିଁ। ରେଜଲ୍ଟକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନେକ ଦ୍ଵନ୍ଦ୍ୱ ଥିବାବେଳେ ଏହାକୁ ନେଇ ସୂଚନା ଜାରି କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଯୁକ୍ତ ଦୁଇ ପରୀକ୍ଷାରେ କ୍ୱାର୍ଟର ଏଣ୍ଡ ମାର୍କ ମିଶି ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ଜାରି ହୋଇଛି।

Leave A Reply

Your email address will not be published.